ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗାଦି ଛାଡିବାକୁ ନାରାଜ ହେଉଛନ୍ତି ବାବୁ । ତେବେ ସମସ୍ତଙ୍କ ବଦଳି ହେଉଥିବା ବେଳେ ବାବୁଙ୍କର ବଦଳି କାହିଁକି ହେଉନାହିଁ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଜନ ସାଧାରଣ । ରାଜ୍ୟ ଗୃହ ବିଭାଗ ଅଧିନସ୍ଥ ବେସାମରିକ ପ୍ରତିରକ୍ଷା ସଂଗଠନର ଭୁବନେଶ୍ୱର ଶାଖାରେ ଦୀର୍ଘ ୧୦ ବର୍ଷ ଧରି ଉପନିୟନ୍ତ୍ରଣ ପଦବୀରେ ଗାଦିରେ ବସିଛନ୍ତି ସତ୍ୟବ୍ରତ ପାଢ଼ୀ । ତେବେ ସବୁ ଅଫିସରମାନଙ୍କର ବଦଳି ହେଉଥିଲେ ସୁଦ୍ଧା ପାଢ଼ୀ ବାବୁଙ୍କ ଗାଦିରେ ପରିବର୍ତ୍ତନ ହେଉନାହିଁ କାହିଁକି ? ଏଣୁ ସାଧାରଣରେ ଚର୍ଚ୍ଚା ହେଉଛି କି ପାଢ଼ୀ ବାବୁଙ୍କ ବଦଳି କେବେ?
ହିସାବ କଲେ ପାଢ଼ୀବାବୁ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ଡେପୁଟି କଣ୍ଟ୍ରୋଲର ପଦବୀରେ ଅଧିଷ୍ଠିତ ହୋଇ ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି । ଏଭଳି ଅଭିଯୋଗ ମଧ୍ୟ ଜନ ସାଧାରଣ ଉଠାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସିଭିଲ ଡିଫେନ୍ସ ଭଳି ମହତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ସମ୍ଭାଳିବା ଲାଗି ପାଢ଼ୀ ବାବୁଙ୍କୁ ଛାଡିଦେଲେ ଆଉ କେହି ନାହିଁ । କିନ୍ତୁ ଏହି ଅନୁଷ୍ଠାନ ୧୦ ବର୍ଷ ତଳେ ଯେଉଁଠିଥିଲା ସେଇଠି ଅଛି । ସେପଟେ ଶୁଣିବାକୁ ମିଳିଛି କି ପାଢ଼ୀବାବୁ ଶାସକ ଦଳର ପ୍ରିୟ ହୋଇଥିବାରୁ ଡାଇରେକ୍ଟର ଅଫ ସିଭିଲ ଡିଫେନ୍ସ ଶର୍ମା ସାର ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି ।
ନିର୍ବାଚନକୁ ଦୃଷ୍ଟିରେ ରଖି ନିକଟରେ ନିର୍ବାଚନ କମିଶନ ତଳଠାରୁ ଉପର ପର୍ଯ୍ୟନ୍ତ ସବୁ ଶ୍ରେଣୀର କର୍ମଚାରୀଙ୍କ ଅଦଳ ବଦଳ କରିଛନ୍ତି । କିନ୍ତୁ ପାଢ଼ୀବାବୁ ନିଜ ଗାଦିରେ ରହିଛନ୍ତି । ସୂଚନା ଅନୁଯାୟୀ ପାଢ଼ୀବାବୁଙ୍କର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ ସମ୍ପୃକ୍ତ ଦଳ ପାଇଁ ବିଶେଷ ଅବଦାନ ରହିବ ବୋଲି ଆଶା କରାଯାଉଛି । ଯେଉଁ କାରଣରୁ ତାଙ୍କର ବଦଳିର ପ୍ରଶ୍ନ ଉଠୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।