ପାରାଦୀପ (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଘୋଷଣା ହେବା ପରେ ସବୁଠି ଚାଲିଛି ନିର୍ବାଚନୀ ଚର୍ଚ୍ଚା । ନିର୍ବାଚନକୁ ନେଇ କେଉଁଠି ବାପ-ପୁଅ ଭିତରେ କଥା କଟି ହେଉଛି ତ ଆଉ କେଉଁଠି ଭାଇ-ଭାଇ ହାତାହାତି ହେଉଛନ୍ତି । ତେବେ ଏହି ନିର୍ବାଚନକୁ ନେଇ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସାହାରାଡିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛନ୍ତି । ଫଳରେ ଦୁଇ ଗୋଷ୍ଠୀରୁ ୫ ଜଣ ଆହତ ହୋଇଛନ୍ତି । ଡ୍ରାମା ଚାଲୁଥିବା ବେଳେ ଜଣେ ଯୁବକ ମଦ ପିଇ ମଞ୍ଚ ଉପରେ ଭାଷା କରିବା ଏବଂ ମାରଣାସ୍ତ୍ର ଧରି ବୁଲିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟି ହୋଇଥିଲା । ଏହି ଘଟଣାରେ ଆହତ ମାନଙ୍କୁ କୁଜଙ୍ଗ ମେଡିକାଳରେ ଭର୍ତ୍ତି କରାଯାଇଛି । ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଡ୍ରାମାରେ ଅତିଥୀ ଆସିବାକୁ ନେଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମରୁ କଥା କଟି ହୋଇଥିଲା ବୋଲି ଶୁଣିବାକୁ ମିଳୁଛି । ତେବେ ଯୁବକ ଡ୍ରାମା ଚାଲୁଥିବା ବେଳେ ଉନ୍ମୁକ୍ତକାଣ୍ଡ କେବଳ ମାଧ୍ୟମ । ଏହା ପଛରେ ରହିଛି ରାଜନୈତିକ ଡ୍ରାମା । ଗାଁରେ ରାଜନୈତିକ କାରଣରୁ କିଛିଦିନ ହେବ ଦୁଇ ଗୋଷ୍ଠୀ ହୋଇଛି । ତେବେ ଉନ୍ମୁକ୍ତକାଣ୍ଡ ଭିଆଇଥିବା ଯୁବକ ଏବଂ ତାଙ୍କୁ ସହଯୋଗ କରୁଥିବା ଗୋଷ୍ଠୀକୁ ଗିରଫ କରିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ । ତେବେ ଏହି ଆକ୍ରମଣରେ ନାଏବ ସରପଞ୍ଚ ନରେଶ ପ୍ରଧାନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବାରୁ କଟକ ପଠାଯାଇଛି।