ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀଙ୍କ ମହାନତା । ଡାକ୍ତରଖାନାରେ ଦଳୀୟ ନେତାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ନବୀନ । ଭୁବନେଶ୍ୱର ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଗତକାଲି ତାଙ୍କୁ ଆକ୍ରମଣ ହୋଇଥିଲା । ତେବେ ଅନନ୍ତ ଦଳର ଜଣେ ସକ୍ରୀୟ କର୍ମୀ ହୋଇଥିବାରୁ ମେଡିକାଲରେ ପହଁଞ୍ଚି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଆସନ୍ତା କାଲି ଅନନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । କାରଣ ମଧ୍ୟ ଭୁବନେଶ୍ୱରରେ ଆସନ୍ତାକାଲି ନିର୍ବାଚନ ହେଉଛି । ଏବଂ ସେ ବିଜେଡି ପକ୍ଷରୁ ପ୍ରଥମ ଥର ଲାଗି ବିଧାୟକ ଭାବରେ ଲଢ଼ିବା ପାଇଁ ଯାଉଛନ୍ତି ।
ସୂଚନାଯୋଗ୍ୟ,ଗତକାଲି ଅନନ୍ତ ନାରାୟଣ ଜେନା ପ୍ରଚାର କରୁଥିବା ବେଳେ ଏକ ରାଜନୈତିକ ଗୋଷ୍ଠୀ ତାଙ୍କ କାର ଉପରକୁ ବୋମା ମାଡ କରିଥିଲା । କେନାଲ ରୋଡ ନିକଟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଅନନ୍ତ ମଧ୍ୟ କାରରେ ଥିଲେ । ତେବେ ବୋମା ମାଡରେ କାର କାଚ ଭାଙ୍ଗିବା ସହିତ ଅନନ୍ତ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଦଳୀୟ କର୍ମୀମାନେ ସେଠାରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଏବେ ସୁଧାର ଆସିଥିବା ଶୁଣିବାକୁ ମିଳିଛି ।