ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ଅର୍ଥରାଶି ମଞ୍ଜୁର କଲେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ ଏହି ଅର୍ଥରାଶି ମଞ୍ଜୁର କରିଛନ୍ତି । ଏହି ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଯୋଗାଇ ଦିଆଯିବ । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ସ୍ଥିତ ମଦର ମେରି ଭୁବନେଶ୍ୱର କ୍ୟାଥଲିକ ଚର୍ଚ୍ଚ ଓ ଯୀଶୁ ଖ୍ରୀଷ୍ଟ ଚର୍ଚ୍ଚକୁ ୨କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ମୁବନେଶ୍ୱର ୟୁନିଟି ୪ କ୍ୟାପିଟାଲ ମସଜିଦକୁ ୨କୋଟି ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି ।
ଏହାସହ କଟକ ମିଶନ ରୋଡ ସ୍ଥିତ କଟକ ଓଡିଆ ବାପଟିଷ୍ଟୁ ଚର୍ଚ୍ଚ ଓ ଦରଘା ବଜାର କଦମ- ଇ- ରସୁଲ ମସଜିଦକୁ ୨କୋଟି ଟଙ୍କା ପ୍ରଦାନ କରାଯିବ । ଅପର ପକ୍ଷରେ କେନ୍ଦ୍ରାପଡା ଫରିଦାବାଦ ମରକାଜି ମସଜିଦ, ଭଦ୍ରକ ପୁରୁଣା ବଜାର ଜାମା ମସଜିତ, ସମ୍ବଲପୁର ପଲଟନ ମସଜିତ ଓ ସେଣ୍ଟର ଯୋସେଫ କ୍ୟାଥେଡ୍ରାଲ, ବ୍ରହ୍ମପୁର ଜାମିୟା ମସଜିଦ, ଗିରିରୋଡ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ ଏକ କୋଟି ଲେଖାଏଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।