ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ଦିନିକିଆ ବାଲେଶ୍ୱର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଗରାଇର ତାଳସାରୀ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ବାସୀଙ୍କ ପାଇଁ ୧୫୦ କୋଟି ଟଙ୍କା ପ୍ରକଳ୍ପ ନେଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଭା ସ୍ଥଳୀ, ପାର୍କିଂ ଏରିୟା, ମଧ୍ୟାହ୍ନଭୋଜନ ସ୍ଥାନ, ଟ୍ରାଫିକ୍ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ବ୍ୟମସ୍ଥା କରାଯାଇଛି । ଅନ୍ୟପକ୍ଷରେ ସୁରକ୍ଷା ସହିତ ଶାନ୍ତିଶୃଙ୍ଖଳାରେ ଯାନବାହାନ ଯା’ଆସ ପାଇଁ ୱାନ୍-ୱେ ଟ୍ରାଫିକ୍ ପ୍ରସ୍ତୁତ କରାଯାଇଛି। କୁରୁଡ଼ା ବାଇପାସ୍ଠାରୁ ରେମୁଣା ଗୋଲେଇରୁ ବାଲେଶ୍ୱର ଭିତରକୁ ପ୍ରବେଶ କରି ଆଇଟିଆଇ ରାସ୍ତାର କୁରୁଡ଼ା ନିକଟରେ ଜାତୀୟ ରାଜପଥକୁ ନେଇ ୱାନ୍ ୱେ ଟ୍ରାଫିକ୍ ପ୍ରସ୍ତୁତ କରାଯାଇଛି।
ସେପଟେ ବାଲେଶ୍ୱରରେ ବିଜୁ ଯ଼ୁବ ବାହିନୀର ଉତ୍ତର ଓଡିଶା କନକ୍ଲେଭ୍ରେ ଯ଼ୋଗଦେବା କାର୍ୟ୍ୟକ୍ରମ ରହିଛି । ଏଥିରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ହଜାର ହଜାର ଯ଼ୁବକ ଯ଼ୁବତୀ ଯ଼ୋଗଦେବେ । ସେହିପରି ବାଲେଶ୍ୱର, ସୋର ଓ ଜଳେଶ୍ୱର ଫ୍ଲାଏ ଓଭରବ୍ରିଜ୍, ବାଲେଶ୍ୱର ରିଂଗ୍ରୋଡ୍, ଫର୍ଚୁନ୍ ଟାଓ୍ବାର, ପନ୍ତେଇ ଘାଟରେ ପୋଲ, ୫ ହଜାର କୋଟି ଟଙ୍କାରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ମଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ୟ୍ୟକ୍ରମ ରହିଛି ।
ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଲୋକ ଦେଖାଣିଆ ଶିଳାନ୍ୟାସ ଏବଂ ଉଦଘାଟନ କରି ନିର୍ବାଚନ ପ୍ରଚାର କରିବା ପାଇଁ ଯାଉଥିବା ବିରୋଧୀ କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଯଦି ଲୋକଙ୍କ ପାଇଁ ଏତେ ପ୍ରକଳ୍ପ କରିବାର ଥିଲା ତେବେ ପୂର୍ବରୁ କେଉଁଠି ଶୋଇଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ନିଦ ଭାଙ୍ଗିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସେପଟେ ବିଜୁ ଯୁବ ବାହିନୀ ନାଁରେ ଗାଁମାନଙ୍କ ସରକାର ଗୁଣ୍ଡା ପୋଷୁଛନ୍ତି । ଏବଂ ନିର୍ବାଚନ ସମୟରେ ଏମାନଙ୍କୁ ଲଗାଇ ଗୁଣ୍ଡଗର୍ଦି କରିବେ । ଏଣୁ ଏମାନଙ୍କ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁ ଜିଲ୍ଲା ଗସ୍ତରେ ଯାଉଛନ୍ତି ସବୁଠି ଯୁବ ବାହିନୀକୁ ଅସ୍ତ୍ର କରୁଥିବା ମଧ୍ୟ ଅଭିଯୋଗ କରାଯାଇଛି ।