ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଓଡିଶାରୁ ଦୁଇ ଜଣଙ୍କୁ ମିଳିଛି କେନ୍ଦ୍ରରେ ମନ୍ତ୍ରୀ ପଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତର ପୁଣି ମୋଦିଙ୍କ ଦଳରେ ମନ୍ତ୍ରୀ ହୋଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିଛି । ଓଡିଶାରୁ କେନ୍ଦ୍ରରେ ବିଭିନ୍ନ ବିଭାଗରେ ଦାୟିତ୍ୱ ନେବାକୁ ଥିବା ଏଇ ଦୁଇ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ଏକ ଟୁଇଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନବୀନ ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହିତ କେନ୍ଦ୍ରରେ ଓଡିଶାର ସ୍ୱରକୁ ଉଠାଇବେ ବୋଲି ଆଶା ରଖିଛନ୍ତି ନବୀନ । ଏଥର ଓଡିଶାରୁ ବିଜେପିରୁ ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି । ତେବେ ୨୦୧୪ ରେ ଓଡିଶାରୁ ବିଜେପିରୁ ଜଣେ ମାତ୍ର ସାଂସଦ ଯାଇଥିବା ବେଳେ ଓଡିଶାକୁ ୨ ଜଣ ମନ୍ତ୍ରୀ ମିଳିଥିଲା । ସୁନ୍ଦରଗଡରୁ ଜୁଏଲ ଓ ରାଜ୍ୟ ସଭାକୁ ଯାଇଥିବା ଧର୍ମେନ୍ଦ୍ର ।
ଏଥର କିନ୍ତୁ ୮ ସାଂସଦ ଯାଇଥିବା ବେଳେ ଆଶା କରାଯାଉଥିଲା ଓଡିଶାକୁ ଏଥର ଅଧିକ କେନ୍ଦ୍ର ମନ୍ତ୍ରୀ ମିଳିପାରେ । ଆକଳନ କରାଯାଉଥିଲା ଜୁଏଲ ଓ ଧର୍ମେନ୍ଦ୍ର ପୁଣି ରିପିଟ ହେବେ ଓ ଅପରାଜିତା ଷଡଙ୍ଗୀ , ସୁରେଶ ପୂଜାରି, ପ୍ରତାପ ଷଡଙ୍ଗୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ଏମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ପଦ ମିଳିପାରେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହା ଭୁଲ ପ୍ରମାଣିତ ହୋଇଛି କେବଳ ଧର୍ମେନ୍ଦ୍ର ପ୍ରଧାନ ରିପିଟ ହୋଇଥିବା ବେଳେ ନୂଆ ଚେହେରା ପ୍ରତାପଙ୍କୁ ସୁଯୋଗ ମିଳିଛି ।