ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର । ସକାଳୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରତ୍ୟେକ ଘର ଅବା ମନ୍ଦିର ମାନଙ୍କରେ ମକର ଚାଉଳ କରାଯାଇ ଭଗବାନଙ୍କ ଠାରେ ଭୋଗ ଲଗାଯାଉଛି । ଓଡିଆ ସଂସ୍କୃତିର ଏହା ଏକ ବିଶେଷ ପର୍ବ । ମକର ଚାଉଳ ଲାଗି ଖାସ୍ କରି ଚାଉଳ, କଦଳୀ, ଛେନା, କର୍ପୂର ଏବଂ ନଡିଆ ଆଦି ବ୍ୟବହାର କରାଯାଇଥାଏ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି କି, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତ ସୁଖମୟ ଜୀବନ କାମନା କରୁଛି ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି। pic.twitter.com/LfQXXjrviM
— Naveen Patnaik (@Naveen_Odisha) January 15, 2020
ଜ୍ୟେତିଷଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତାରାୟଣ ଗତି ଆରମ୍ଭ ହେବ । ମକର ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ଏହାସହିତ ଆଜିଠାରୁ ଦିନ ଧୀରେ ଧୀରେ ବଡ ହୋଇଥାଏ । ଏହି ଦିନ ଗଙ୍ଗାରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।