ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଭେଟଘାଟ ହେବ । ଓଡିଶା ଭବନରେ ଉଭୟଙ୍କ ସାକ୍ଷାତକାର ହେବ ବୋଲି ସୂଚନା ମିଳିଛି । ଯଦିଓ ଏହା ବିଦ୍ଧି ଭାବରେ ଘୋଷଣା କରାଯାଇ ନାହିଁ । କିନ୍ତୁ ଧମେନ୍ଦ୍ର ଏବଂ ନବୀନଙ୍କ ଭେଟଘାଟକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ଉଭୟ ଉଭୟଙ୍କୁ ସମାଲୋଚନା କରୁଥିଲେ । ଏଣୁ ଉଭୟଙ୍କ ସାକ୍ଷାତକାରକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି ।
ପେଟ୍ରୋଲିୟମ ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶା ସାରା ଦେଶର ହବ ହେବାକୁ ଯାଉଛି । ଧମେନ୍ଦ୍ର ପ୍ରଧାନ ଇସ୍ପାତ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ବିଭାଗ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ଏଣୁ ଓଡିଶାରେ ଏହା ପ୍ରତିଷ୍ଠା ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ଏବଂ ଏହି ସମ୍ପର୍କରେ କିଛି କଥା ହେବା ପାଇଁ ଉଭୟ ଆଲୋଚନା କରିବା ପାଇଁ ଭେଟ ହେଉଛନ୍ତି ।
ଆସନ୍ତା କାଲିଠାରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଧମେନ୍ଦ୍ର ଏବଂ ନବୀନଙ୍କ ତୁ ତୁ ମେଁ ମେଁ ଲାଗି ରହିଥିଲା । କିନ୍ତୁ ଏବେ ଉଭୟଙ୍କ ଭେଟ ଘାଟକୁ ଲୋକ ରାଜନୈତିକ ରୂପ ଦେବାକୁ ଲାଗୁଛନ୍ତି । ଉଭୟ ଆଉ କେଉଁ କଥା ହେବେ ତାକୁ ନେଇ ଲୋକ ପ୍ରଶ୍ନ ଉଠାଇଛନ୍ତି । କାରଣ ନିର୍ବାଚନ ପୂର୍ବରୁ ଛାଇ ପଡିଲେ ଉଭୟଙ୍କ ନାହି ଡେଉଁଥିଲା ।