ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର ଦୁଇଟି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଯାଜପୁର ଜିଲ୍ଲା ବଡଚଣାରେ ଏକ ସରକାରୀ କାଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ପ୍ରାୟ ୫ଶହ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର ଯୋଜନା ରହିଛି । ଏଥିମଧ୍ୟରେ ରହିଛି ଗେଙ୍ଗୁଟି ନଦୀ ଉପରେ ବାଇଶି ମୌଜା ସେତୁ ସହ ବଡଚଣା ବ୍ଲକ ପରିସରରେ ସହିଦ ସ୍ତମ୍ଭର ଉଦ୍ଘାଟନ କରିବେ । ସେହିପରି ବସୁଧା ଯୋଜନାରେ ମେଗା ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦୟଗିରି-ଲଳିତଗିରି- ରତ୍ନଗିରିକୁ ସଂଯୋଗୀକରଣ ରାସ୍ତାର ଶିଳାନ୍ୟାସ କରିବେ ନବୀନ । ଏଥିସହ ଚଣ୍ଡିଖୋଲର ସୁଙ୍ଗୁଡ଼ା ଖେଳ ପଡିଆଠାରେ ଆୟୋଜିତ ବିକାଶ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ବୋଧନ କରିବେ ।
ଏହାପରେ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖି ୧୫ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଦିନ ୧୨ ଟା ୩୦ ମିନିଟରେ ଟାରେ ଦୁର୍ଗା ପଡିଆରେ ପଡିଆରେ ପହଞ୍ଚିବେ । ପାଖାପାଖି ୩୦ ହଜାର କର୍ମୀଙ୍କୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧୀମାନେ ବିଭିନ୍ନ ସମାଲୋଚନା କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏକ ପ୍ରଚାର କରୁଛନ୍ତି ।