ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏହି ଚିଠିରେ ରାଜ୍ୟର ପଯ୍ୟଟନ ସ୍ଥଳ ବିଷରେ ଲେଖିଛନ୍ତି । ନିକଟରେ କେନ୍ଦ୍ର ସରକାର ୧୭ଟି ପଯ୍ୟଟନ ସ୍ଥଳକୁ ଆଇକନିକ ତାଲିକା ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଏଥିମଧ୍ୟରେ ଓଡିଶାର ଗୋଟିଏ ହେଲେ ମଧ୍ୟ ପର୍ଯ୍ୟଟନ ସ୍ଥଳ ରହିନାହିଁ । ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି । ଏଣୁ ଓଡିଶାର ଅତିକମରେ ଦୁଇଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ ତାଲିକାରେ ନେବା ପାଇଁ ଚିଠି ଲେଖିଥିବା ସୂଚନା ମିଳିଛି ।
ପ୍ରାଚୀନ ଯୁଗ ଏବଂ ଆଧୁନିକ ଯୁଗର ଉଭୟ କୃତିମ ଏବଂ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ଭରପୁର ଓଡିଶା । କାହିଁ କେତେ ଦୂର ଦୂରାନ୍ତରୁ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ଆଉ ସମସ୍ତଙ୍କ ମନ ମୋହିଥାଏ ଓଡିଶାର ପର୍ଯ୍ୟଟନ ସ୍ଥଳୀ । ସମସ୍ତେ ବହୁ ପ୍ରଂଶସା ମଧ୍ୟ କରିଛନ୍ତି । କିନ୍ତୁ ଆଇକନିକ ତାଲିକାରେ ସ୍ଥାନ ନପାଇବା ଅତି ଦୁର୍ଭାଗ୍ୟର କଥା ।
ତେବେ ଓଡିଶାର ୫ଟି ପର୍ଯ୍ୟଟନ ସ୍ଥଳର ନାମ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ପର୍ଯ୍ୟଟନସ୍ଥଳ ଗୁଡିକ ହେଲା କୋଣାର୍କ ସୂର୍ୟ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତର କନିକା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ବୁଦ୍ଧିଷ୍ଟ ହୀରକ ତ୍ରିଭୂଜ ଏହି ୫ଟି ପର୍ୟ୍ୟଟନସ୍ଥଳୀ ମଧ୍ୟରୁ ଅତିକମରେ ୨ଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍ ମାନ୍ୟତା ଦେବାକୁ ଚିଠିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ୧୭ଟି ପର୍ଯ୍ୟଟନ ସ୍ଥଳୀର ତାଲିକାରେ ଅଛି ତାଜ୍ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ ପରି ପର୍ଯ୍ୟଟନ ସ୍ଥଳୀ।