ପୁରୀ (ଏଟିଆର ବ୍ୟୁରୋ); ଫୋନି ପ୍ରଭାବରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶନିବାର ସେ ଶ୍ରୀମନ୍ଦିରରେ ପହଁଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାପରେ ମନ୍ଦିର ପରିସରରେ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ କରିଛନ୍ତ । ତେବେ ଆସନ୍ତା ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିର ମରାମତି କାମ ଶେଷ ହେବ ବୋଲି କହିଛନ୍ତି ନବୀନ ।
ଆଜି ଅପରାହ୍ନରେ ପୁରୀରେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ବେଢ଼ା ବୁଲିବା ସହିତ ଶ୍ରୀଜିୟୁଙ୍କ ଦର୍ଶନ ମଧ୍ୟ କରିଥିଲେ । ବାତ୍ୟାରେ ଶ୍ରୀମନ୍ଦିରର ବହୁତ କିଛି କ୍ଷତି ହୋଇଛି । ମୁଖ୍ୟଦ୍ୱାର ସମ୍ମୁଖରେ ଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଛି । ଏହା ସହ ଦୁଇଟି ସିଂହ ମୂର୍ତ୍ତି ମଧ୍ୟ ନଷ୍ଟ ହୋଇଯାଇଛି । ମନ୍ଦିର ପରିସରରେ ମଧ୍ୟ ଅନେକ କ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଏବେ ମନ୍ଦିର ମରାମତି କାମ ଆରମ୍ଭ ହୋଇଯାଇଛି । ତେବେ ଗଣମାଧ୍ୟମ ପ୍ରତିକ୍ରିୟାରେ ନବୀନ କହିଛନ୍ତି କି ଶ୍ରୀମନ୍ଦିର ସ୍ଥିତି ଦେଖିବାକୁ ଆସିିଥିଲି। କ୍ଷୟକ୍ଷତି ନେଇ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି। ଆଗାମୀ ଜୁନ୍ ୧୭ ସୁଦ୍ଧା ଶ୍ରୀମନ୍ଦିର ମରାମତି କାର୍ୟ୍ୟ ସାରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ନବୀନ କହିଛନ୍ତି। ।
ଗତ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଭାବ ପକାଇଥିଲା । ପୁରୀ,କଟକ ଏବଂ ଭୁବନେଶ୍ୱର ଭଳି ବଡ ସହର ଉପରେ ଏହାର ପ୍ରଭାବ ଅଧିକ ପଡିଥିଲା । ଏବେ ଏହିସବୁ ସହର ଧିରେ ଧିରେ ଅଣ୍ଟା ସଦଳଖିବାରେ ଲାଗିଛନ୍ତି । ପୁରୀରେ ଦୁଇଦିନ ପୂବେ ବିଜୁଳି ଆସିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କେତେକ ସ୍ଥାନରେ ଅବସ୍ଥା ଖରାପ ରହିଛି ।