ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଟକ ବାରବାଟୀ ବିଧାୟକଙ୍କ ଗିରଫ ଦାବି କରିଛି ପ୍ରଦେଶ କଂଗ୍ରେସ । ସହୀଦ ମନୋଜ ବେହେରାଙ୍କ ଦାଦାଙ୍କୁ ଅଶାଳିନ ବ୍ୟବହାର କରିଥିବାରୁ ଦେଶବାସୀଙ୍କୁ ଲଜ୍ଜା ସହିବାକୁ ପଡିଛି । ଏଣୁ ଆଜି ଏକ ପ୍ରେସମିଟ କରି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି କି “ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଦେବାଶିଷଙ୍କୁ ଦଳରୁ ବହିଷ୍କାର କରନ୍ତୁ। ସହିଦଙ୍କୁ ଅସମ୍ମାନ, ଜାତୀୟ ପତାକା ଓ ଜାତୀୟତାକୁ ଅସମ୍ମାନ।”,ଏ ସମ୍ପର୍କିତ ଦଫା ଲଗାଇ ଦେବାଶିଷଙ୍କୁ ଗିରଫ କରାଯାଉ ।
ଦେବାଶିଷଙ୍କ ଏଭଳି ଅଭାବନୀୟ ବ୍ୟବହାର ପାଇଁ ଦେଶକୁ ଲଜ୍ଜା ସହିବାକୁ ପଡିଛି । ଦେଶବାସୀ ପୁଲୱାମା ଆତଙ୍କବାଦୀଙ୍କ ହମଲାରେ ଶୋକ ପାଳନ କରୁଥିବା ବେଳେ ବିଧାୟକଙ୍କ ଏଭଳି ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେବେ ବିଧାୟକଙ୍କ ସହୀଦ ମନୋଜ ବେହେରାଙ୍କ ଦାଦାଙ୍କୁ ଧକ୍କା ମାରିବା ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବଂ ପରେ ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ପାକିସ୍ତାନ ଗଣ ମାଧ୍ୟମରେ ମଧ୍ୟ ଏହାକୁ ଅଲଗା ଢ଼ଙ୍ଗରେ ଉପସ୍ଥାପିତ କରାଯାଇଥିଲା । ଯେଉଁ କାରଣରୁ ପାକିସ୍ତାନ ମଧ୍ୟ ଭାରତକୁ ଆଙ୍ଗଠି ଉଠାଇବା ଭଳି ହୋଇଥିଲା ।
ତେବେ ବିଧାୟକଙ୍କ ବିରୋଧରେ କଂଗ୍ରେସ ମହିଳା ପକ୍ଷରୁ ବାଦାମବାଡି ଥାନାରେ ଏତଲା ଦିଆର ଯାଇଛି । ସେପଟେ ଗତକାଲି ଏହି ଘଟଣାକୁ ନେଇ ଓଡିଶା ରାଜନୀତିର ମରିଷ୍ଠ ନେତା ଦାମବାବୁ ମଧ୍ୟ ନିଜର ମତ ରଖିଥିଲେ । ସେ କହିଥିଲେ କି ଏତେ ସବୁ ଭୁଲ କରିବା ପରେ ମଧ୍ୟ ସରକାର ତାଙ୍କୁ ଦଳରୁ ବହିଷ୍କାର କରୁ ନାହାଁନ୍ତି ମାନେ ମୁଖ୍ୟମନ୍ତ୍ରୀ ଏବଂ ଦେବାଶିଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ସମ୍ପର୍କ ରହିଛି । ସେ ହେଉଛନ୍ତି ସରକାରଙ୍କର ଗେହ୍ଲାପୁଅ । ଯଦି ଅନ୍ୟ କୌଣସି ନେତା ଏଭଳି କରିଥାଆନ୍ତେ ତେବେ ସେ ଦଳରୁ ତଡା ଖାଇଥାଆନ୍ତେ । ସେ ନିଜ ଉଦାହରଣ ଏବଂ ନଳିନୀ ମହାନ୍ତିଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ବିଜେପି ପକ୍ଷରୁ ମଧ୍ୟ ଦେବାଶିଷଙ୍କୁ ବହୁ ସମାଲୋଚନା କରାଯାଇଛି । ବିଜେପି ନେତ୍ରୀ ଲେଖାଶ୍ରୀ ସମାନ୍ତରାୟ ଦେବାଶିଷଙ୍କୁ ଗୁଣ୍ଡା ବୋଲି ମଧ୍ୟ କହିଥିଲେ । ତେବେ ଦଳରୁ ବହିଷ୍କାର କରିବା ପାଇଁ ସମସ୍ତେ ଅଡି ବସିଛନ୍ତି ।
ସେପଟେ ଦଳର ମୁଖପାତ୍ର ପ୍ରତାପ ଦେବ ନିଜର ମତ ରଖି କହିଛନ୍ତି ଯେ ସେ ନିସର୍ତ୍ତ କ୍ଷମା ମାଗିଛନ୍ତି । ଦଳରୁ ବହିଷ୍କାର କରିବା କଥା ଦଳ ଏବଂ ଦଳର ସୁପ୍ରିମୋ ଚିନ୍ତା କରିବେ । ଦଳ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କି ନାଇଁ ତାହା ଦଳ ନିର୍ଣ୍ଣୟ କରିବ । ତେବେ ମୁଖପାତ୍ରଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳ ଶାସନ ଭାରରେ ରହିଥିବାରୁ ସେ ଯାହା କଲେ ବି ସବୁ ଠିକ । ବହୁଦିନ ଶାସନରେ ରହିବା ପରେ ବିଜେଡି ମନମୁଖୀ ଶାସନ କରିବା ପାଇଁ ଆରମ୍ଭ କରିଦେଇଛି । ସେପଟେ ଗୁଣ୍ଡାଗିରି ମଧ୍ୟ ଖୁଲମଖୁଲା ଆରମ୍ଭ କରିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ସହୀଦ ମନୋଜ ବେହେରାଙ୍କ ଅନ୍ତିମ ସସ୍କାର ସମୟରେ ଦେଖିବାକୁ ମିଳିଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।