ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦଳୀୟ ଟିକେଟ ପାଇବା ପାଇଁ ତିନି ପ୍ରମୁଖ ଦଳରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ସବୁଦଳ ଆଗ ପଛ ହୋଇ ଜଣକ ପରେ ଜଣେ ଟିକେଟ ଘୋଷଣା କରୁଛନ୍ତି । ତେବେ ଆଜି କଂଗ୍ରେସ ୨୦ଟି ବିଧାନସଭା ଏବଂ ୭ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳରେ ଯଦିଓ ବହୁ ଆଶାୟୀ ପ୍ରାର୍ଥୀ ଥିଲେ ତଥାପି କଂଗ୍ରେସ ଭରଷା ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବୋଲି ପିସିସି ସଭାପତି ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କାହାକୁ କେଉଁଠି ମିଳିଲା ଟିକେଟ ।
ଲୋକସଭା ଆସନ ପାଇଁ ପୁରୀରୁ ସତ୍ୟପ୍ରକାଶ ନାୟକଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ କେନ୍ଦୁଝରରୁ ଫକିର ମୋହନ ନାୟକଙ୍କୁ ଦଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେହିଭଳି ଭଦ୍ରକରୁ ମଧୁସ୍ମିତା ସେଠୀ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ ।
ସେହିପରି ୨୦ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ
ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ
ପାଟଣା-ଶ୍ରୀ ଗୋପେଶ୍ୱର ନାୟକ
ଯଶିପୁର- ମହେନ୍ଦ୍ର ନାୟକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା-ଦଶରଥ ସିଂହ
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା-ବିଜୟ ନାୟକ
ରେମୁଣା- ପ୍ରତାପ ସେଠୀ
ବାସୁଦେବପୁର-ଅଶୋକ କୁମାର ଦାସ
ଧାମନଗର-ବିଦ୍ୟାଧର ଜେନା
ବିଝାଂରପୁର-ମନୋରଂଜନ ଦାସ
ବରି-ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଜସସ୍ୱିନୀ ରାଉତ
ନିଆଳି- ମମତା ଭୋଇ
ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
ପାଟକୁରା- ଜୟନ୍ତ ମହାନ୍ତି
ତିର୍ତୋଲ- ବିଭୁପ୍ରସାଦ ତରାଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ନୟାଗଡ-ମନୋଜ କୁମାର ସାହୁ