ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ବିଜେଡି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିରୋଧୀମାନେ କେତେବେଳେ ପ୍ରାର୍ଥୀ ଘୋଷଣା କରିବେ ଚାହିଁ ବସିଥିଲେ । ଅପରପକ୍ଷରେ ଆଶାୟୀ ପ୍ରାର୍ଥୀଙ୍କ ଛାତିରେ ଛନକା ମଧ୍ୟ ପଶି ଯାଇଥିଲେ । ତେବେ ସବୁଠାରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପାଇଁ ସୂଚନା ଦେଇଥିଲା । କିନ୍ତୁ ବିଜେଡି ଗତକାଲି ଦିନରେ ଘୋଷଣା କରିବା ପରେ ରାତି ଅଧରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ଗତକାଲିଠାରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା ।
ତେବେ ଆସନ୍ତୁ ନଜର ପକାଇବା କାହାକୁ କେଉଁଠି ମିଳିଲା କଂଗ୍ରେସ ଟିକେଟ:
୬ଜଣ ଲୋକସଭା ଆସନ ପ୍ରାର୍ଥୀ:
ବରଗଡ-ପ୍ରଦୀପ କୁମାର ଦେବତା
କଳାହାଣ୍ଡି-ଭକ୍ତ ଚରଣ ଦାସ
କନ୍ଧମାଳ-ମନୋଜ ଆଚାର୍ଯ୍ୟ
ସୁନ୍ଦରଗଡ-ଜର୍ଜ ତିର୍କୀ
ନବରଙ୍ଗପୁର-ପ୍ରଦୀପ ମାଝୀ
ବ୍ରହ୍ମପୁର-ଭି.ଚନ୍ଦ୍ରଶେଖର ନାଇଡୁ
୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ:
-ବରଗଡ଼- ନିପନ ଦାସ
ଅତାବିରା- ନିହାର ମହାନନ୍ଦ
ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
ରାଜଗାଙ୍ଗପୁର- ସି.ଏସ. ରାଜନ ଟିକଟ
ବୀରମହାରାଜପୁର- ବିନୋଦ କୁମାର ପାତ୍ର
ବଲାଙ୍ଗିର- ନରସିଂହ ମିଶ୍ର
ନୂଆପଡ଼ା- ଘାସିରାମ ମାଝୀ
ଖରିଆର- ଅଧିରାଜ ପାଣିଗ୍ରାହୀ
ଝରିଗାଁ- ଉଲଧର ମାଝୀ, ନବରଙ୍ଗପୁର- ସଦନ ନାୟକ
ଡାବୁଗାଁ- ଭୂଜବଳ ମାଝୀ, ଲାଞ୍ଜିଗଡ଼-ଶିବାଜୀ ମାଝୀ
ଧର୍ମଗଡ଼- ଦିଗାମ୍ବର ଦୁରିଆ
ବାଲିଗୁଡ଼ା- ସିମନ ମଲ୍ଲିକ, ଫୁଲବାଣୀ- କିଶୋର ଚନ୍ଦ୍ର କହଁର
କଣ୍ଟାମାଳ- ପ୍ରଶାନ୍ତ ସାହୁ, ଦଶପଲ୍ଲା- ପ୍ରଶାନ୍ତ ନାୟକ
ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ
ପୋଲସରା- ହରିଚରଣ ସ୍ୱାଇଁ
କବିସୂର୍ୟ୍ୟନଗର- ବିଜୟ କୁମାର ସାହୁ
ଆସ୍କା- ମନୋଜ କୁମାର ଜେନା
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି- ରାମକ୍ରିଷ୍ଣ ପଣ୍ଡା, ଗୋପାଳପୁର- ଧର୍ମରାଜ ରେଡ୍ଡି
ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି- ସୁବାସ ଚନ୍ଦ୍ର ରାଉତ, ମୋହନା- ଦାସରଥି ଗମାଙ୍ଗ
ମୋହନା- ଦାସରଥି ଗମାଙ୍ଗ, ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ
ବିଷମକଟକ- ନିଳମାଧବ ହିକକା
ଜୟପୁର- ତାରା ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ
ପଟ୍ଟାଙ୍ଗି- ରାମଚନ୍ଦ୍ର କାଡାମ, ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ବରଗଡ ଲୋକସଭା ଆସନ ଲାଗି ପ୍ରଦୀପ କୁମାର ଦେବତାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିଭଳି ଜେଏମ୍ଏମ୍ରୁ କ˚ଗ୍ରେସକୁ ଆସିଥିବା ବିଧାୟକ ଜର୍ଜ ତିର୍କୀଙ୍କୁ ସୁନ୍ଦରଗଡ, ଭକ୍ତ ଚରଣ ଦାସ କଳାହାଣ୍ତିରୁ, ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର, ମନୋଜ କୁମାର ଆଚାର୍ୟ୍ୟ କନ୍ଧମାଳ ଓ ବି ଚନ୍ଦ୍ରଶେଖର ନାଇଡୁଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ପ୍ରଥମ ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ କୋରାପୁଟ ପାଇଁ ପ୍ରାର୍ଥୀ ଚୟନ ସମ୍ଭବତଃ ଚୂଡାନ୍ତ ହୋଇପାରିନାହିଁ।