ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସବୁ ଦଳ ନିଜ ନିଜର ରଣନୀତି ରଣ ନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଏଥିରୁ ବାଦ ପଡିନାହିଁ କଂଗ୍ରେସ । ଓଡିଶାରେ ସରକାର ଗଢ଼ିବା ପାଇଁ ଦଳ ଅଣ୍ଟାଭିଡିଛି । ନିୟମିତ ଭାବରେ ହାଇକାମଣ୍ଡଙ୍କ ଗସ୍ତ ଦଳକୁ ସୁଦୃଢ଼ କରୁଥିବା ବେଳେ ପ୍ରାର୍ଥୀ ଚୟନ ପାଇଁ ଦ୍ୱିତୀୟ ଥର ଲାଗି କେନ୍ଦ୍ରୀୟ ସ୍କ୍ରିନି କମିଟି ଆସି ପହଁଞ୍ଚି ଯାଇଛି । ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ପାଇଁ ଏଆଇସିସି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଭି. ଡି. ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ ପ୍ରସାଦ ଓଡ଼ିଶା ଆସିଛନ୍ତି ।
ଅଧ୍ୟକ୍ଷ ଭି. ଡି. ସଥୀସାନ ବାରିପଦାରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦିନ ଧରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯାଉଛି। ସେହିପରି ଅନ୍ୟ ଏକ ଟିମ୍ ୩ ଦିନିଆ ସମ୍ବଲପୁର ଗସ୍ତରେ ଯାଇଛି। ସମ୍ବଲପୁର ସମେତ ବରଗଡ, ବଲାଙ୍ଗିର, ସୁନ୍ଦରଗଡର ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ସ୍କ୍ରିନିଂ କମିଟି ଆଲୋଚନା କରିବ। ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ଏହାପରେ ଚୂଡାନ୍ତ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ ।
ପୂର୍ବରୁ ଥରେ କେନ୍ଦ୍ରୀୟ ସ୍କ୍ରିଂନି କମିଟି ଓଡିଶା ଗସ୍ତରେ ଆସି ଦୁଇ ଦିନ ରହିବା ସହିତ ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି ଆଲୋଚନା କରିଥିଲେ । କଂଗ୍ରେସ ପ୍ରଥମରୁ ସୂଚନା ଦେଇଥିଲା କି ମାର୍ଚ୍ଚ ମାସରେ ପ୍ରାର୍ଥୀ ଘୋଷଣା କରିବ । ସେପଟେ ରାହୁଲ ଗାନ୍ଧୀ ଟ୍ୱିଟ କରିଥିଲେ କି ଯେଉଁ ପ୍ରାର୍ଥୀ ତିନିଥର ନିର୍ବାଚନ ହାରିଥିବେ ସେ ଚଳିତ ବର୍ଷ ଟିକେଟ ପାଇବ ନାହିଁ । ତେବେ ଏମତି ଯଦି ହୁଏ ବହୁ ବରିଷ୍ଠ ନେତା ବଳି ପହଇଯିବେ । ଏଣୁ ଏହି ସମ୍ପର୍କରେ ପିସିସି ସଭପ୍ତି ଏବଂ ସ୍କ୍ରିଂନି କମିଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି ।