ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବରଗଡବାସୀଙ୍କୁ ଦୁଇଥର ଧୋକା ଦେବା ଶେଷରେ ଦିନିକିଆ ବରଗଡ ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଥମେ ଗତ ୮ତାରିଖରେ ବରଗଡ ଗସ୍ତରେ ରାହୁଲ ଆସିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ସେହିଦିନ କୋରାପୁର ଜିଲ୍ଲାର ଜୟପୁରରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳାଙ୍କୁ ନେଇ ବିଶାଳ ସମାବେଶ କରିଥିଲେ । ଏହାପରେ ୧୩ ତାରିଖରେ ବରଗଡ ଗସ୍ତରେ ଆସିବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଶେଷରେ ରାହୁଲ ଆସନ୍ତାକାଲି ଅଥବା ଶୁକ୍ରବାର ବରଗଡ ଗସ୍ତରେ ଆସୁଛନ୍ତି ।
ବରଗଡ ସରସରାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲଙ୍କ ଓଡିଶାଗସ୍ତ ଦଳୀୟ କର୍ମୀଙ୍କ ବେଶ ଉତ୍ସାହିତ କରିଛି । ତେବେ ଦଳ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି କି ୧୭ ତାରିଖ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବା ପାଇଁ । ତେବେ ରାହୁଲଙ୍କ ସମାରବେଶରେ ଆଶାୟୀ ପ୍ରାର୍ଥୀମାନେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ରାହୁଲଙ୍କ ଦଳୀୟ କାର୍ଯ୍ୟକ୍ରମରେ ପାଖାପାଖି ୫୦ ହଜାରରୁ ଅଧିକ କର୍ମୀ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ରାହୁଲଙ୍କ ଗସ୍ତକୁ ନେଇ ଦଳ ପକ୍ଷରୁ ବ୍ୟାପକ ସୁବିଧା କରାଯାଇଛି ।
ଗତକାଲି ରାହୁଲଙ୍କ ଗସ୍ତ ନେଇ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶା ପ୍ରଭାରୀ ଟି.ଏସ.ସିଂହଦେଓ ସମାବେଶସ୍ଥଳକୁ ଯାଇ ପ୍ରସ୍ତୁତି ତଦାରଖ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ ଓଡିଶାରେ କଣ କହିବେ ତାଉପରେ ସମସ୍ତଙ୍କ ନଜର । ପୂର୍ବରୁ ୩ଥର ଓଡିଶା ଗସ୍ତରେ ଆସି ରାହୁଲ ନବୀନ ଏବଂ ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେପଟେ ରାହୁଲଙ୍କ ମୁଖ୍ୟ ଟାର୍ଗେଟ ରହିବ ଚାଷୀ ଏବଂ ମହିଳାଙ୍କ ଉପରେ । ଚାଷୀଙ୍କ ଭୋଟ ପାଇଁ ନିକଟରେ ୩ଟି ରାଜ୍ୟରେ ସରକାର ଗଢ଼ିଛି କଂଗ୍ରେସ । ଏଣୁ ଓଡିଶାରେ ଏହାର ପୁନରାବୃତି କରିବେ ବୋଲି ଚର୍ଚ୍ଚା ହେଉଛି ।