ପୁରୀ (ଏଟିଆର ବ୍ୟୁରୋ); ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି କଂଗ୍ରେସ । ପୁରୀ ମାଉସୀମା ମନ୍ଦିର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ସାମନାରେ କଳା ପତାକା ଦେଖାଇ ଗୋ ବ୍ୟାକ ନାରା ଦେଇଥିବା ନଜରକୁ ଆସିଥିଲା । ପୋଲିସ ଯୁବକ ମାନଙ୍କୁ ରାସ୍ତାରୁ ହଟାଇ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମନ୍ୱୟ ବୈଠକରେ ଯୋଗ ଦେଇଥିଲେ । ତେବେ ରାଜ୍ୟରେ ଅନିୟମିତତା କାର୍ଯ୍ୟ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବିରୋଧ କରାଯାଇଛି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ସୂଚନା ଦେଇଛନ୍ତ ।
ଆଜି ପୁରୀରେ ରଥଯାତ୍ରା ସମନ୍ୱୟର ଶେଷ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା ପାଇଁ ଯାଉଥିଲେ । ତେବେ ଛାତ୍ର କଂଗ୍ରେସ ପକ୍ଷରୁ ପୁରୀ ଗସ୍ତକୁ ବିରୋଧ କରାଯାଇଥିଲା । ଯେଉଁ କାରଣରୁ ସେମାନେ ମାଉସୀମା ମନ୍ଦିର ଆଗରେ ମୁଖ୍ୟମନ୍ତ୍ରୀଙ୍କ କାର ଆଗରେ କଳାପତାକା ପ୍ରଦର୍ଶନ କରିଥିଲେ । ତେବେ ପୋଲିସ ଖବର ପାଇବା ପରେ ସେମାନଙ୍କୁ ହଟାଇ ଦେଇଥିଲା ।
ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ଏଭଳି ମୁଖ୍ୟମନ୍ତ୍ରୀ କଳା ପତାକା କଂଗ୍ରେସ ପକ୍ଷରୁ ଦେଖାଯାଇଛି । ମୁଖ୍ୟତଃ ରାଜ୍ୟରେ ଦିନକୁ ଦିନ ଅନିୟମିତତା ବଢ଼ିବାରେ ଲାଗିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଉଛି । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏଭଳି ପ୍ରଦର୍ଶନ କରାଯାଉଛି ।