ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଷୀଙ୍କ ଉପରେ କଂଗ୍ରେସର ଫୋକସ । ଆସନ୍ତା ନିର୍ବାଚନରେ କଂଗ୍ରେସ ଯଦି ବିଜୟ ହୁଏ ତେବେ ରାଜ୍ୟରେ ଚାଷୀଙ୍କର ଥିବା ସମସ୍ତ ସମାସ୍ୟା ଦୂର କରିବା ପାଇଁ ଚେଷ୍ଠା କରିବ । କଂଗ୍ରେସ ଯାହା ପ୍ରତିଶ୍ରୃତି ଦିଏ ତାହା ପୂରଣ କରେ ବୋଲି କହିଛନ୍ତି ପିସିସି ସଭାପତି । ଆଜି କଂଗ୍ରେସର ବସିଥିବା ଇସ୍ତାହାର ବୈଠକରେ ଚାଷୀ ଏବଂ ଚାଷ ସମସ୍ୟାକୁ ନେଇ ଆଲୋଚନା କରାଯାଇଛି । ଆସନ୍ତା ନିର୍ବାଚନରେ କଂଗ୍ରେସ ବିଜୟ କରିବ ବୋଲି ମଧ୍ୟ ପୂର୍ବାନୁଭାଷ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି କି କେତେ ସିଟରେ ଜିତିବ ତାହା ସ୍ପଷ୍ଠ ହୋଇ ନାହିଁ । କିନ୍ତୁ ଆସନ୍ତା ନିର୍ବାଚନରେ କଂଗ୍ରେସ ନିଶ୍ଚୟ ସରକାର ଗଢ଼ିବ ।
ସେପଟେ କଂଗ୍ରେସର ଇସ୍ତାହାର ବୈଠକରେ ରାଜ୍ୟର ବେକାରୀ ଯୁବକଙ୍କ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଛି । ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବ କଂଗ୍ରେସ ସରକାର । ଆସନ୍ତା ମାର୍ଚ୍ଚ ୨ ତାରିଖରେ ରାହୁୂଲଙ୍କ ଗସ୍ତ ସମୟରେ ମଧ୍ୟ ଏହି ସବୁ ସମସ୍ୟା ସମନ୍ଧରେ ଆଲୋଚନା କରାଯିବ । ତେବେ ସେ କେଉଁ ଜାଗାରେ ସଭା କରିବେ ତାହା ସ୍ପଷ୍ଠ ହୋଇ ନଥିଲେ ମଧ୍ୟ ଜୟପୁର କିମ୍ବା ବରଗଡରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
କଂଗ୍ରେସ ସବୁବେଳେ ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ଆସିଛି । ଏବଂ ଆଗାମୀ ଦିନରେ ମଧ୍ୟ ଚାଷୀଙ୍କ ସହିତ ରହିବ । ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିଥିଲା । ଏବଂ ସେଠାରେ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇଥିଲା କଂଗ୍ରେସ । ଏହି ତିନିଟି ରାଜ୍ୟରେ କଂଗ୍ରେସ ସରକାର ଆସିବା ପରେ ଚାଷୀଙ୍କ ଋଣ ଛାଡ କରିବା ସହିତ ଧାନର ଏମଏସପି ମୂଲ୍ୟ ବଢ଼ାଇଛି । ଏଣୁ କଂଗ୍ରେସ ଏବେ ଓଡିଶା ଉପରେ ଫୋକସ ରହିଛି । ଏଠାରେ ମଧ୍ୟ ଚାଷୀଙ୍କୁ ପ୍ରାଧାନ୍ୟ ଦେବ ।