ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ତାରିଖ ସୁଦ୍ଧା ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା । ୧୮ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଏଣୁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି । ଆସନ୍ତା ୧୬ ତାରିଖରେ ପୁଣିଥରେ ବସିବ କଂଗ୍ରେସ ସ୍କ୍ରିନିଂ କମିଟି । ପୂର୍ବରୁ ଦୁଇଥର କେନ୍ଦ୍ରୀୟ ସ୍କ୍ରିନି କମିଟି ଓଡିଶା ଆସି ଥିଲେ । ଏବେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ପିସିସି ସଭାପତି ଏବଂ କଂଗ୍ରେସର କିଛି ଟାଣୁଆଁ ନେତା ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ସହ କଥା ହେଉଥିଲେ । ତେବେ ବାକି ଦଳ ଅପେକ୍ଷା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ ଗୋଟେ ପାଦ ଆଗରେ ରହିଛି ।
ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦେବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ୩୩% ଅଗ୍ରାଧିକାରକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ପିସିସି ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଦଳରେ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା ପାଇଁ । ଦିଲ୍ଲୀରୁ ଫେରିବା ପରେ ଏଭଳି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳ ମହିଳା ଏବଂ ଚାଷୀ ଭୋଟ ବ୍ୟାଙ୍କ ଉପରେ ନଜର ରଖିବ । ସେପଟେ ବିଜେଡି ଏବଂ ବିଜେପି ମଧ୍ୟ ବହୁତ ଯଲଦି ପ୍ରାର୍ଥୀ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଏଇ ୭ଦିନ ଭିତରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ସବୁ ଦଳରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସାଧାରଣ ଜନତା କେଉଁ ଦଳକୁ ଅଧିକ ବିଶ୍ୱାସ କରି ନିଜର ମତ ଦେବେ ତାହା ସମୟ କହିବ ।