ଯାଜପୁର (ଏଟିଆର ବ୍ୟୁରୋ); ସାନି ମତଦାନ ପାଇଁ ଧାରଣାରେ ବସିଲେ ସୁକିନ୍ଦା କଂଗ୍ରେସ ପ୍ରାର୍ଥୀ ଶରତ ରାଉତ । କଳିଙ୍ଗ ନଗର ସ୍ଥିତ ଏଡିଏମଙ୍କ ଅଫିସ ସମ୍ମୁଖରେ ତାଙ୍କ ସମର୍ଥକଙ୍କ ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୁକିନ୍ଦା ନିର୍ବାଚନର ୧୮୧,୧୮୨ ଏବଂ ୧୮୩ ନମ୍ବର ବୁଥରେ ଏକ ରାଜନୈତିକ ଦଳର ଏଜେଣ୍ଟମାନେ ଗୁଣ୍ଡାଗର୍ଦି କରି ଭୋଟ ରିଗିଂ କରିଛନ୍ତି । ଏଣୁ ଏଠାରେ ପୁଣିଥରେ ମତଦାନ କରାଯାଉ ବୋଲି ଦାବି କରିଛନ୍ତି ଶରତ । ଏନେଇ ସୁକିନ୍ଦା କଂଗ୍ରେସ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ଏଡିଏମଙ୍କ ମାଧ୍ୟମରେ ନିର୍ଵାଚନ କମିଶନଙ୍କୁ ଦେବା ସହ ଏଠାରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବାକୁ ଦାବି କରାଯାଇଛି।
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଠାରେ ବରିଷ୍ଟ ନେତା ପ୍ରଫୁଲ୍ଲ ଘଡାଇ ପୂର୍ବରୁ ନିର୍ବାଚନ ଲଢ଼ିଆସୁଥିଲେ । ଏବେ ଏଠାରେ ବିଜେଡି ପକ୍ଷରୁ ତାଙ୍କ ପୁଅ ପ୍ରତିରଞ୍ଜନ ଘଡାଇ ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ ଦୁଇ ବିରୋଧୀଙ୍କ କଡା ଟକ୍କର ଦେବା ପାଇଁ ବିଜେପି ପ୍ରଦୀପ ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଏଠାରେ ଘୋମାଘୋଟ ପ୍ରଚାର ହୋଇଥିଲା । ତେବେ ଏଠାରେ ଶେଷ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ତିନୋଟି ବୁଥରେ ଭୋଟ ରିଗିଂ ହୋଇଥିବା ଏବେ ଅଭିଯୋଗ ଆଣିଛନ୍ତି ଶରତ । ଏଣୁ ସେ ଦାବି କରିଛନ୍ତି କି ସାନିମତଦାନ ହେବା ଲାଗି ।