ନୟାଗଡ (ଏଟିଆର ବ୍ୟୁରୋ); ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରରେ ନବନିର୍ବାଚିତ ବିଧାୟକ ରମେଶ ବେହେରାଙ୍କ ମହାନତା । ଦଶପଲ୍ଲାର ବରପୁତ୍ର କୁହାଯାଉଥିବା ରୁଦ୍ରମାଧବ ରାୟଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକରେ ଯୋଗଦାନ କରିଛନ୍ତି ରମେଶ । ଶପଥ ଗ୍ରହଣ କରିବା ପରେ ଜନସେବା ଆରମ୍ଭ କରି ଦେଇଛନ୍ତି ବିଧାୟକ । ଶୁକ୍ରବାର ରୁଦ୍ରବାବୁଙ୍କ ଶ୍ରାଦ୍ଧ ବାର୍ଷିକିରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ପ୍ରଥମ କାର୍ଯ୍ୟ ଆରମ୍ଭ କରିଛନ୍ତି ରମେଶ ।
ଗତକାଲି ଆୟୋଜିତ ହୋଇଥିବା ଶ୍ରାଦ୍ଧ ବାର୍ଷିକରେ ଦଶପଲ୍ଲାର ବହୁ ବୁଦ୍ଧିଜୀବୀ ଏବଂ ବରିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ରମେଶ ରୁଦ୍ରବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ରୁଦ୍ରବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରମେଶ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ରୁଦ୍ରବାବୁ କିଭଳି ତୃଣମୂଳ ସ୍ତରରୁ କିଭଳି ଲୋକଙ୍କ ପାଖରେ ପହଁଞ୍ଚିଥିଲେ ଏବଂ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୩୧ ମେ ୨୦୧୬ ମସିହାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରୁଦ୍ରବାବୁଙ୍କ ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ,ସଦ୍ୟ ପ୍ରକାଶ ପାଇଛି ନିର୍ବାଚନ ଫଳାଫଳ । ନୟାଗଡ ଜିଲ୍ଲାର ସଂରକ୍ଷିତ ଆସନ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରମେଶ ବେହେରା ବିଜେଡି ଟିକେଟ ପାଇ ବିଜୟୀ ହୋଇଛନ୍ତି । ସେ ୨୦୧୪ର ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି । ଚଳିତ ବର୍ଷ ଟିକେଟ ଘୋଷଣା ହେବା ପୂର୍ବରୁ ସରକାରୀ ଚାକିରୀ ଛାଡି ଜନସେବାରେ ମନଦେଇଥିଲେ ରମେଶ । ତାଙ୍କର ଲୋକ ପ୍ରିୟତା ଦେଖି ବିଜେଡି ରମେଶଙ୍କୁ ଟିକେଟ ଦେଇଥିଲା । ଶେଷରେ ବିଜେଡିର ଚିହ୍ନ ଏବଂ ରମେଶଙ୍କ ଲୋକ ପ୍ରିୟତାର ବିଜୟ ହୋଇଥିଲା ଦଶପଲ୍ଲାରେ । ଜଣେ ନିସ୍ୱାର୍ଥପର ଜନସେବକ ଭାବରେ ତାଙ୍କ ନାମ ମଧ୍ୟ ରହିଛି ।