କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ଦିନଠାରୁ କେନ୍ଦ୍ରାପଡାରେ ବିଜେଡିର ଦୁର୍ଗ ଧିରେ ଧିରେ ଭାଙ୍ଗିବାରେ ଲାଗିଛି । ଜଣକ ପରେ ଜଣେ ବିଜେଡି ନେତା ଆସି ବିଜେପିରେ ମିଶୁଛନ୍ତି । ବୁଧବାର ଡେରାବିଶ ବ୍ଳକ ଅଧ୍ୟକ୍ଷ ସରୋଜ ସାହୁ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜୟ ମହାପାତ୍ରଙ୍କ ଭଳି ହେବିୱେଟ ନେତା ଉପସ୍ଥିତ ଥିଲେ । ସରୋଜଙ୍କ ଯୋଗଦାନ ପରେ ବିଜେପିର ଶକ୍ତି ଆହୁରି ବଢ଼ିଯାଇଥିବା ସୂଚନା ଦେଇଛି ଦଳ ।
ପାଟକୁରାରେ ବିଜେଡି ଦେବପ୍ରକାଶ ଅଗ୍ରୱାଲଙ୍କୁ ବିରୋଧ କରି ଦଳ ଛାଡିଛନ୍ତି ସରୋଜ । ଦେବପ୍ରକାଶଙ୍କ ଅପାରଗ ଏବଂ ମନମାନି ପାଇଁ ସେ ଦଳ ଛାଡିବା ପାଇଁ ବାଧ୍ୟ ହୋଇଥିବା ସୂଚନା ଦେଇଛନ୍ତି । ଡେରାବିଶ ବ୍ଳକର ବହୁ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ବିଧାୟକଙ୍କ ପାଖକୁ ଯାଇଥିଲେ ସୁଦ୍ଧା କୌଣସି ଫାଇଦା ମିଳିନଥିଲା । ଏବଂ ସେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ କରିନାହାଁନ୍ତି ।ସେ ଡେରାବିଶ ବ୍ଳକବାସୀଙ୍କ ଭରଷାକୁ ଭାଙ୍ଗିଛନ୍ତି । ତେବେ ଏନେଇ ଦଳର ତୁଙ୍ଗନେତାଙ୍କ ସହିତ କଥା ହୋଇଥିଲେ ସୁଦ୍ଧା କୌଣସି ଫଳ ମିଳିନାହିଁ । ଏଣୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଛନ୍ତି । ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ଶୁଣିବାକୁ ମିଳିଛି ।