କଟକ (ଏଟିଆର ବ୍ୟୁରୋ); ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ପୂର୍ବ ଦୁଇ ନିର୍ବାଚନରେ ସେ ସହଜ ବିଜୟ ହୋଇଥିଲେ । ଏଣୁ ଚଳିତ ନିର୍ବାଚନରେ ମଧ୍ୟ ବିଜୟ ହୋଇ ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି ପ୍ରତାପ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ମୁଖ୍ୟ ଅସ୍ତ୍ର କରି ଜନତାଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ମନ୍ତ୍ରୀ । ତେବେ ଏଠାରେ ବିଜେପି ଏବଂ କଂଗ୍ରେସ ବିଜେଡିର ଗଡ ଭାଙ୍ଗିବା ଲକ୍ଷ୍ୟରେ ପ୍ରଚାର ମଧ୍ୟ ଚଳାଇଛନ୍ତି ।
ଚଳିତ ନିର୍ବାଚନରେ ଏଠାରେ ପ୍ରତାପଙ୍କ ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଶାରଦା ପ୍ରଧାନ । ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଏଥରକ ଦଳୀୟ ଭୋଟକୁ ଅସ୍ତ୍ର କରି ବିଜୟ ଲକ୍ଷ୍ୟରେ ରହିଛନ୍ତି । ଅପରପକ୍ଷରେ କଂଗ୍ରେସ ଏଠାରେ ନୂଆ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁଙ୍କ ଉପରେ ଭରଷା କରି ଟିକେଟ ଦେଇଛି ।
ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବରିଷ୍ଠ ନେତା ସେକ ମତଲୁବ ଅଲ୍ଲୀଙ୍କ ଦବଦବା ରହିଛି । ତାଙ୍କର ଏଠାରେ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି । ତେବେ ସେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁନାହାଁନ୍ତି । ଏଣୁ ଏହି ଭୋଟ କାହା ଖାତାକୁ ଯିବ ତାହା ଆକଳନ ହୋଇପାରୁ ନାହିଁ । ବିଜେଡି ପ୍ରାର୍ଥୀ ପ୍ରତାପ ଭୋଟରଙ୍କ ମନମୋହିବା ଲକ୍ଷ୍ୟରେ ଜୋରସୋରରେ ପ୍ରଚାର କରୁଛନ୍ତି । ତେବେ ତାଙ୍କ ପାଇଁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତି ପ୍ରଚାର କରୁଛନ୍ତି । ଯାହାକି ପ୍ରତାପଙ୍କ ପାଇଁ ପ୍ଳସ ପଏଣ୍ଟ ରହିଛି । ତେବେ ବୈଜୟନ୍ତଙ୍କ ହାୱା ମଧ୍ୟ ବିଜେପି ପାଇଁ ଉପକୂଳ ପରିସ୍ଥିତି ପରି କାମ କରିପାରେ । ତେବେ ଏହି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ୨୯ ତାରିଖରେ ପରଖିବେ ମହାଙ୍ଗାବାସୀ ।