ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନ ଠାରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଛାତ୍ର ଜୀବନରେ କୃଷକ ସତ୍ୟାଗହ ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଏହାସହିତ ସେ କେନ୍ଦ୍ରପଡା ବିଧାନସଭା ମଣ୍ଡଳୀରୁ ତିନି ଥର ନିର୍ବାଚିତ ହୋଇଥିଲେ ।
ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ସେ ପ୍ରଥମେ ୫ମ ବିଧାନସଭା ପାଇଁ ନର୍ବାଚିତ ହୋଇଥିଲେ । ଏହା ପରେ ସେ ଯେତେବେଳେ କଂଗ୍ରେସରେ ସାମିଲ ହେଲେ ତାପରେ ନବମ ବିଧାନସଭାର ସଦସ୍ୟ ହେଲେ । ପୁର୍ନବାର ଆଉଥରେ ଏକାଦଶ ବିଧାନସଭାର ସଦସ୍ୟ ହୋଇଥିଲେ ଭାଗବତ ମହାନ୍ତି ।
ଭାଗବତ ପ୍ରସାଦ ମହାନ୍ତି ପେଷାରେ ଜଣେ ଆଇନଜିବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି BA ,LLB । ଓଡିଶା ଆଇନଜିବୀ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସେ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ ।