ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ବାଲେଶ୍ୱର ବସ୍ତାରୁ ୫ଥର ବିଧାୟକ ହୋଇ ସରକାରଙ୍କ ବିଭିନ୍ନ ବିଭାଗରେ ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଶ୍ରୀ ମହାନ୍ତି । ଏବେ ସେ ଦଳରେ କାର୍ଯ୍ୟକାରୀ ଉପସଭାପତି ପଦରେ ମଧ୍ୟ ଥିଲେ । ତେବେ ତାଙ୍କର ଇସ୍ତଫା ଦଳକୁ ପାଇଁ ବହୁତ ବଡ ଅଶୁଭ ସଂକେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେ କେଉଁ ଦଳରେ ଯୋଗ ଦେବେ ଏବଂ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଶନିବାର ଉଠା ଜଳସେଚନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରଘୁନାଥ । ସେ ବସ୍ତାରୁ ପୁଣିଥରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଦଳରୁ ଇସ୍ତଫା ଦେବା ପରେ ସମୀକରଣ ବଦଳି ଯାଇଛି । ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ୫ଥର ବସ୍ତା ଆସନରୁ ବିଧାୟକ ହୋଇ ରେକର୍ଡ କରିଛନ୍ତି । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । କାରଣ ସେ ତାଙ୍କ ବୋହୁଙ୍କୁ ନିର୍ଯ୍ୟାତନା ଦେବା କେସରେ ଫସି ଯାଇଥିଲେ । କିନ୍ତୁ ୨୦୧୯ ନିର୍ବାଚନ ସେ ଲଢ଼ିବା ପାଇଁ ମନ କରିଥିଲେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ବିଜେଡି ଟିକେଟ ଦେବ ନାହିଁ ବୋଲି ବିଶେଷ ସୂତ୍ରରୁ ଖବର ପାଇବା ପରେ ସେ ଦଳ ଛାଡିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଶେଷ ପର୍ଯ୍ୟାୟରେ ବସ୍ତା ନିର୍ବାଚନ ହେବାକୁ ଥିବାରୁ ରଘୁନାଥ କେଉଁ ଦଳରେ ଯୋଗ ଦେବେ ତାଉପରେ ସମସ୍ତଙ୍କ ନଜର ।