ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦେଶରେ ଆଜି ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନୀ ଫଳାଫଳା ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ନେତାଙ୍କ ଛାତି ଧଡଧଡ ହେଉଥିବା ବେଳେ ଜନତାଙ୍କ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ତେବେ ବୁଥ ଫେରନ୍ତା ମତ ବା ଏକଜିଟ ପୋଲରେ ଫଳାଫଳ ଯାହା ଆସିଥିଲା ତାହା ଧିରେ ଧିରେ ସତ ହେବାକୁ ଯାଉଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ନେତା ।
ଏକଜିଟ ପୋଲ ମତ ଅନୁଯାୟୀ କେନ୍ଦ୍ରରେ ବିଜେପି ବହୁମତ ପାଇବ ଏବଂ ସରକାର ଗଠନ କରିବ । ଯାହାକି ଧିରେ ଧିରେ ସତ ହେବାକୁ ଯାଉଛି । ଦିନ ୧୧ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ କେନ୍ଦ୍ରରେ ଅଧିକାଂଶ ଆସନରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ଏବଂ ଅନ୍ୟ ଦଳ ସବୁ ପଛରେ ପଡିଯାଇଛନ୍ତି । ବିଜେପିର ଏହି ସଫଳତା ଏକଜିଟ ପୋଲ ଫଳାଫଳ ପରେ ଯେତିକି ଖୁସିଥିଲା ଏବେ ତାହା ଦ୍ୱିଗୁଣିତ ହୋଇଯାଇଛି ।
ଏକଜିଟ ଯଦିଓ ଏକଜାଟ ପୋଲ ନୁହେଁ ତଥାପି ସତ ହେବାକୁ ଯାଉଛି ଏକଜିଟ ପୋଲ ମତ । ଯେଉଁ ନେତାମାନେ ଏହାକୁ ବିଶ୍ୱାସ କରୁନଥିଲେ ସେମାନେ ଏବେ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ଅପରପକ୍ଷରେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ ପୁଣିଥରେ ବିଜେଡି ବାଜିମାତ କରିବ ବୋଲି କୁହାଯାଉଥିଲା । ଯାହାକି ଏକ ପ୍ରକାର ସଠିକ ପ୍ରମାଣ ହେବାକୁ ଯାଉଛି । ଲୋକସଭା ଆସରେ ରାଜ୍ୟରେ ବିଜେପି ଆଗରେ ରହିଥିବା ବେଳେ ବିଧାନସଭା ଆସନରେ ବବଜେଡି ଆଗୁଆ ରହିଛି ।