ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇଛି । ଏହି ଫଳ ପ୍ରକାଶ ପାଇବା ପରେ ବରିଷ୍ଟ ନେତାମାନେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ରାଜ୍ୟ ରାଜନୀତିର ବରିଷ୍ଟ ନେତା ପ୍ରଫୁଲ୍ଲ ଘଡାଇ । ଗଣମାଧ୍ୟମ ସାକ୍ଷାତକାରରେ ଏକଜିଟ ପୋଲ ଫଳାଫଳକୁ ନେଇ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ।
ଶ୍ରୀ ଘଡାଇ କହିଛନ୍ତି କି କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଗଠନ କରିବ । ଏବଂ ରାଜ୍ୟରେ ପୁଣିଥରେ ବିଜେଡି ସରକାରକୁ ଫେରିବ । ତେବେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ଆସନ ପାଇଁ କଡା ଟକ୍କର ହେବ । ତେବେ ପୂର୍ବାପେକ୍ଷା ବିଜେପିର ଉନ୍ନତି ହେବ ବୋଲି ମଧ୍ୟ କହିଛନ୍ତି ପ୍ରଫୁଲ୍ଲ । ନିର୍ବାଚନ ପୂର୍ବରୁ ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଡେରା ବିଜେପି ପାଇଁ ସଫଳତା ଆଣିବ । ଏବଂ କେନ୍ଦ୍ର ଟଙ୍କା ଓଡିଶାରେ ବିନିଯୋଗ ହୋଇଛି । ଟଙ୍କା ବିନିମୟରେ ବିଜେପିର ଉନ୍ନତି ହୋଇଥିବା କହିଛନ୍ତି ଶ୍ରୀ ଘଡାଇ ।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଛନ୍ତି କି ଏକଜିଟ ପୋଲ ଏକଜାଟ ପୋଲ ନୁହେଁ । ଏଣୁ ଏହାର ଆକଳନ କେତେକ ସମୟରେ ଫେଲ ମଧ୍ୟ ମାରିଥାଏ । ଆଞ୍ଚଳିକ ଗଣମାଧ୍ୟମର ଏକଜିଟ ପୋଲ ମଧ୍ୟ ଆକଳନ କରିଛି କି ଓଡିଶାରେ ପୁଣିଥରେ ବିଜେପି ସରକାର ଆସିବ କିନ୍ତୁ ବିଜେପିର ସିଟ ସଂଖ୍ୟା ବଢ଼ିବ । ଲୋକସଭା ଆସନରେ ବିଜେପି ବିଜେଡି ହାତରୁ କିଛି ଆସନ ଛଡାଇ ନେବ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡାଇ ।