ଗଞ୍ଜାମ (ଏଟିଆର ବ୍ୟୁରୋ); କମିଛି ବିଜେଡିର ଲୋକ ପ୍ରିୟତା । ଯେଉଁ କାରଣରୁ ଦଳ ଗୁଣ୍ଡଗିରି କରିବା ଆରମ୍ଭ କରି ଦେଇଛି । ସାଧାରଣ ଲୋକଙ୍କ ଧମକ ଦେଇ ଭୋଟ ଦେବାକୁ କହୁଛି ବିଜେଡି । ଯଦି ଯଦି ଏହାକୁ ବିରୋଧ କରୁଛି ତେବେ ମୁଣ୍ଡ ଗଡିବ କହୁଛନ୍ତି କର୍ମୀ । ତେବେ ଏଭଳି ଧମକ ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ । ତେବେ ବିଜେଡିର ଏହି ଗୁଣ୍ଡାଗିରିକୁ ବିରୋଧ କରିବା ପାଇଁ ଥାନାରେ ଏତଲା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଏସ୍ଟିଏଫ୍ ଡିଆଇଜି ଆଶିଷ ସିଂ ଓ ବରିଷ୍ଠ ପୁଲିସ୍ ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ପ୍ରରୋଚନାରେ ଏସବୁ କାର୍ୟ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବାରୁ ସବୁଠି ଦେଖା ଦେଉଛି ନିର୍ବାଚନୀ ହିଂସା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏହାର ପରିମାଣ ବଢ଼ିଯାଇଥିବା ଅଭିଯୋଗ କରୁଛି ବିଜେପି । ବିଜେଡି କର୍ମୀମାନେ ବନ୍ଧୁକ ଧରି ଲୋକଙ୍କୁ ଧମକାଉଛନ୍ତି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଯିବା ବାଟରେ ବିଜେପି ପୋଷ୍ଟରକୁ ଚିରି ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ବିଜେଡିର ଏହି ଗୁଣ୍ଡାଗିରି ଘଟଣାକୁ ନେଇ ପ୍ରଥମେ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ଧବଳପୁର ମଣ୍ଡଳ ବିଜେପି ସଭାପତି ସଂଜୟ ପ୍ରଧାନ । ପୋଲିସ ପ୍ରଥମେ ତାଙ୍କ ଅଭିଯୋଗ ରଖିନଥିଲା । ତେବେ ପରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ୟ୍ୟ ସାଢ଼େ ୩ଘଣ୍ଟା ଧରି ଥାନାରେ ରହି ଏଫ୍ଆଇଆର୍ ରଖିବା ପାଇଁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। ଆଇପିସିର ଧାରା ୧୪୭, ୧୪୮, ୨୯୪ ଓ ୪୨୭, ୫୦୬, ୧୪୯ ଓ ଆର୍ମସ୍ ଆକ୍ଟର ୨୫ ଓ ୨୭ ଅନୁସାରେ ଶେରଗଡ଼ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୩୨ରେ ମାମଲା ରୁଜୁ ହୋଇଛି।
ବିଜେଡି ଗତକାଲି ଭୁବନେଶ୍ୱରରେ ମଧ୍ୟ ବିଜେପି କର୍ମୀଙ୍କ ଉପରକୁ ଟେକା ପଥର ମାଡ କରିଥିବା ଅଭିଯୋଗ ହୋଇଥିଲା । ଜଟଣୀ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେଡିର ହାତ ରହିଥିବା ପ୍ରଥମରୁ କୁହାଯାୁଥିଲା । ଏବଂ ଥାନା ପଶି ବିଜେଡି କର୍ମୀମାନେ ପିଡିତାଙ୍କ ବାପାଙ୍କୁ ଆକ୍ରମଣ କରିବା ପରେ ବିଜେଡିର ଗୁଣ୍ଡାଗିରି ପଦାରେ ପଡିଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡି ହାରିଯିବା ଭୟରେ ଏଭଳି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ ହେଉଛି ।