ପୁରୀ (ଏଟିଆର ବ୍ୟୁରୋ): ପୁଣି ଧର୍ମକୁ ନେଇ ବିବାଦରେ ପ୍ରାର୍ଥୀ । ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ନାମରେ ମାମଲା । ମାମଲା ଦାୟର କଲେ ନିର୍ବାଚନ ଫ୍ଲାଇ ସ୍କ୍ୱାଡ ଅଧିକାରୀ । ସ୍କ୍ୱାଡ ଅଭିଯୋଗ କରିଛନ୍ତି ଯେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରୁଛନ୍ତି । ସୂଚନାଯୋଗ୍ୟ ଯାହା ନିର୍ବାଚନ ଆଚରଣବିଧି ଉଲ୍ଲଘନ କରୁଛି । ପୂର୍ବରୁ ପ୍ରଚାର କରିବା ବେଳେ ଜଗନ୍ନାଥଙ୍କ ମୁର୍ତ୍ତୀ ଧରି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଯାହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ । ଯାହାକୁ ନେଇ ଉଭୟ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନ ପ୍ରଚାର ବେଳେ କୌଣସି ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଆଚରଣବିଧି ଉଲ୍ଲଘନ ହୋଇଥିବା ନେଇ ସେତେବେଳେ ରିଟର୍ଣ୍ଣି ଅଫିସର ସମ୍ବିତଙ୍କୁ ନୋଟିସ ଦେଇଥିଲେ । ଅନ୍ୟପଟେ ଫ୍ଲାଇ ସ୍କ୍ୱାଡ ଦେଇଥିବା ଅଭିଯୋଗ ନେଇ ତଦନ୍ତ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।