ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଅସନ୍ତା କାଲି ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ । ଓଡିଶା ସମେତ ତ୍ରିପୁରା, ବିହାର, ଆନ୍ଧ୍ରପ୍ରଦେଶ , ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଲାକ୍ଷାଦୀପ ଏବଂ ଆଣ୍ଡାମାନ ନିକୋବର ରେ ମତଦାନ ହେବ । ସେହିପରି ଓଡିଶାରେ କାଲି ୪ ଟି ଲୋକସଭା ଆସନ ଓ ୨୮ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା ମଣ୍ଡଳିରେ ନର୍ବାଚନ ହେବ । ସେହିପରି ୨୮ ଟି ବିଧାନସଭା ଆସନରୁ ଲଢୁଛନ୍ତି ୨୯୧ ପ୍ରାର୍ଥୀ ।
ସେହଭଳି କୋରାପୁଟରେ ୫ଟି ବିଧାନ ସଭା ଆସନରେ ୧ ହଜାର ୧୪୧ ଟି ବୁଥ କରାଯାଇଛି । ସେହିଭଳି ରାୟଗଡାରେ ୩ ବିଧାନସଭା ଆସନ ପାଇଁ ୯୫୮ ଟି ବୁଥ କରାଯାଇଛି । ମାଲକାନଗରି ଜିଲ୍ଲାରେ ୫୪୦ ଟି ମତଦାନ କେନ୍ଦ୍ର କରାଯାଇଛି । ସେହିଭଳି ସମ୍ବେଦନଶୀଳ ବୁଥ ମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ସିସିଟିଭି ଲଗାଯାଇଛି । କାଲି ପ୍ରଥମ ପର୍ଯ୍ୟାୟ ପାଇଁ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ନିଜର ମତଦାନ ଦେବେ । ସେହିଭଳି ମାଓ ଉପଦ୍ରବ ଅଞ୍ଚଳରେ ଭୋଟ ଦେବାର ସମୟ ରହିଛି ସକାଳ ୭ ଟାରୁ ଅପରାହ୍ନ 4 ଟା । ଏବଂ ଅନ୍ୟ ଅଞ୍ଚଳରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ କରିପାରିବେ ଭୋଟର । ସେହଭଳି ପୁରା ଦେଶରେ ୯୧ ଟି ଲୋକସଭା ଓ ୨୦ ଟି ରାଜ୍ୟରେ ମତଦାନ ହେବ ।