ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଟକୁରା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରୟସାଦ ବାହିନୀ ପତି । ପାଟକୁରାରେ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଫିକ୍ସିଂ ହୋଇଥିଲା ବୋଲି କହିଛନ୍ତି ଏହି କଂଗ୍ରେସ ବିଧାୟକ । ଯାହାକୁ ନେଇ ଏବେ ପାଟକୁରା ରାଜନୀତି ଚଳ ଚଞ୍ଚଳ ହୋଇଛି ।
ସୂଚନାଯୋଗ୍ୟ ନିର୍ବାଚନ ସମୟରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ସାବିତ୍ରୀ ଅଗ୍ରୱାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ବାତ୍ୟା ଫୋନି ପାଇଁ ନିର୍ବାଚନ ପାଇଁ ତାରିଖକୁ ଘୁଞ୍ଚାଯାଇଥିଲା । ତେବେ ଦୀର୍ଘଦିନ ପରେ ନିର୍ବାଚନ କମିଶନ ଆସନ୍ତା ୨୦ ତାରିଖରେ ନିର୍ବାଚନ କରିବା ପାଇଁ ଘୋଷଣା କରିଛନ୍ତି । ଯେଉଁ କାରଣରୁ ନେତାଙ୍କ ଭିଡ ଧିରେ ଧିରେ ପାଟକୁରାଆଡେ ମୁହାଁଉଛନ୍ତି । ଏଠାରେ ନିର୍ବାଚନ ଜୋରଦାର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ କଂଗ୍ରେସର ବରିଷ୍ଟ ନେତା ତାରା ବାହିନୀ ପତି କହିଛନ୍ତି କି ଏହି ନିର୍ବାଚନ ଏତେ ପ୍ରଭାବ ପଡିବ ନାହିଁ । କାରଣ ବିଜେଡି ଏବଂ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଯାହାକି ରାଜ୍ୟସଭା ନିର୍ବାଚନ ବେଳେ ଜଣା ପଡିଛି । ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା କିଛି ବଡ କଥା ନୁହେଁ । ତେବେ ଆଗାମି ଦିନରେ ପାଟକୁରା ଫଳାଫଳ କଣ ହେବ ତାଉପରେ ସମସ୍ତଙ୍କ ନଜର । ଆସନ୍ତା ୨୦ ତାରିଖରେ ଏଠାରେ ନିର୍ବାଚନ ହେବ ।