ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତଙ୍କୁ ଛାଡି ଆରପାରିକି ଚାଲିଗଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ୭୭ ବର୍ଷ ବୟସରେ ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଦୀର୍ଘ ଦିନ ହେବ ଜଗନ୍ନାଥଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷେ ଜଗନ୍ନାଥଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ହୋଇଥିଲେ ଜଗନ୍ନାଥ ରାଉତ । ଜଗନ୍ନାଥ ରାଉତ ୧୯୮୯ ରୁ ୧୯୯୦ ଯାଏଁ ଉଦ୍ୟୋଗ ମନ୍ତ୍ରୀ, ୧୯୯୫ ରୁ ୧୯୯୮ ଯାଏଁ ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରୀ ଏବଂ ୧୯୯୮ ରୁ ୧୯୯୯ ଯାଏଁ ସହର ଉନ୍ନୟନ ମନ୍ତ୍ରୀ ଭାବେ ରାଜ୍ୟର ସେବା କରିଥିଲେ ।