ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ହରିହର କରଣ । ସେପ୍ଟିମେସିଆ ରୋଗରେ ପୀଡିତ ଥିବା ଶ୍ରୀ କରଣଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
୧୯୪୭ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ସେ ରାଜନୀତି ପ୍ରତି ଇଛୁକ ଥିଲେ । କଲେଜରେ ଛାତ୍ର ସଂସଦ ଭାବେ ସେ ରାଜନୈତିକ ଜୀବନୀ ଆରମ୍ଭ କରିଥିଲେ । ଏହି ଛାତ୍ର ସଂସସଦର ସଭାପତି ଦାୟିତ୍ୱ ୧୯୬୮ ରୁ ୧୯୭୧ ଯାଏଁ ତୁଲାଇ ଥିଲେ ।
୧୯୭୪ ମସିହାରେ ଶ୍ରୀ କରଣ ପ୍ରଥମ ଥର ସ୍ୱାଧୀନ ଭାବେ ନିର୍ବାଚନ ଲଢି ଷଷ୍ଠ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ସପ୍ତମ, ଅଷ୍ଟମ, ନମବ, ଏକାଦଶ, ଦ୍ୱାଦଶ ବିଧାନ ସଭାର ବିଧାନସଭା ସଦସ୍ୟ ରହିଥିଲେ ।
ଏହାସହିତ ଶ୍ରୀ କରଣ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ ଭାର ସମ୍ଭାଳି ଥିଲେ । ୧୯୮୦ ମସିହାରେ ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦରେ ରହିଥିଲେ ।