ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।
ତାଙ୍କ ମୃତ୍ୟୁ ଖବର ଆସିବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ପାର୍ଥିବ ଶରୀରକୁ ଆଜି ତାଙ୍କ ଜନ୍ମମାଟି ନୂଆପଡା ଜିଲ୍ଲାକୁ ନିଆଯିବ ।
ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିଲେ ।