ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ହୋଇଛି । ଏନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ଶାନ୍ତିଶୃଙ୍ଖଳାର ସହ ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ହିଂସା ଦେଖାଯାଇନାହିଁ । କିନ୍ତୁ ଦୁଇଟି ସ୍ଥାନରେ ବାଲାଟ ପେପରରେ ତ୍ରୁଟି ଥିବା ହେତୁ ନିର୍ବାଚନ ସ୍ଥଗିତ ରଖାଯାଇଛି ।