ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବାକୁ ଯାଇ ଖଣ୍ଡପଡା ସାଂସଦ ୫ଟି ସ’ ର ସୂତ୍ର ବିଷୟରେ କହିଥିଲେ । ସୌମ୍ୟଙ୍କ ୫ ସ’ ସୂତ୍ର ହେଲା ସହଯୋଗ,ସ୍ୱଛତା,ଶିଳ୍ପବିଦ୍ୟା,ସସ୍କାର ଏବଂ ସମୟ । ତେବେ ଏସବୁ ସେ ଶାସକ ଦଳର ଶାସନ ବ୍ୟବସ୍ଥାର ସରଳୀକରଣ ପାଇଁ କହିଥିଲେ ।ଏହାସହିତ ସେ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ ଓ ବିଭିନ୍ନ କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ।
ସୌମ୍ୟ ଗତକାଲି ବିଧାନସଭାରେ ଦେଇଥିବା ଧନ୍ୟବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସେ ଶାସକ ଦଳକୁ ପରାମର୍ଶ ଦେଇଛନ୍ତି ନାଁ ମନରେ କ୍ଷୋଭ ରଖି ଏଭଳି କହିଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିଜର ଅଭିଭାଷଣରେ ସୌମ୍ୟ କହିଥିଲେ କି ଏବେ ବି ରାଜ୍ୟରେ ବହୁତ ପ୍ରଶାସନିକ ଅବହେଳା ରହିଛି । ରାଜ୍ୟକୁ ଆଗେଇ ନେବା ପାଇଁ ଅନେକ କିଛି କରିବାର ଅଛି ।
କେବଳ ସହରକୁ ସ୍ମାର୍ଟ କରିଦେଲେ ହେବନି ଗାଁକୁ ମଧ୍ୟ ସ୍ମାର୍ଟ କରିବା ପାଇଁ ପଡିବ । ଗରିବଙ୍କୁ ଟଙ୍କିକିଆ ଚାଉଳ ମିଳିଗଲା ବୋଲି ଭାବି ଆତ୍ମସନ୍ତୋଷ ପାଇବା କଥା ନୁହେଁ। ସବୁ ବର୍ଗର ବିକାଶ ହେବା ଦରକାର। କୃଷି, କୃଷକ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ସବୁକ୍ଷେତ୍ରରେ ଜନହିତକର ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ସୂଚନାଯୋଗ୍ୟ,ସୌମ୍ୟ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ହୋଇଥିଲେ ସୁଦ୍ଧା ସେ ପ୍ରଥମ ଥର ଲାଗି ବିଧାନସଭା ଯାଇଛନ୍ତି । ପୂର୍ବରୁ କେବେ ବିଧାନସଭା ଆସନରେ ବିଜୟୀ ହୋଇ ନାହାଁନ୍ତି । ଏଥରକୁ ବିଜେଡି ଟିକେଟରେ ଖଣ୍ଡପଡାରୁ ଜିତିଛନ୍ତି ।