ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ଗଣେଶୀ ଲାଲ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏଥି ସହିତ ସେ ଫୋନିରେ ରାଜ୍ୟସରକାରଙ୍କର ସଫଳ ମୁକାବିଲା ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ତାଙ୍କର ପ୍ରତିଶୃତି ରକ୍ଷା କରିଛନ୍ତି ।ସରକାରର ପ୍ରଥମ ଦିନରେ ହିଁ ଲୋକଙ୍କ ପାଖରେ କାଳିଆ ଟଙ୍କା ପହଞ୍ଚିଛି ବୋଲି ସେ କହିଛନ୍ତି ।
ସବୁଠରୁ ବଡ କଥା ହେଉଛି ଭୁବନେଶ୍ୱର ଓ କଟକକୁ ମେଟ୍ରୋ ରେଳ ଦ୍ୱରା ସଂଯୋଗ କରାଯିବ ବୋଲି ସେ କହିଛନ୍ତି । ସେହିଭଳି କଟକ ଓ ପୁରୀକୁ ବିଶ୍ୱ ଐତିହ ନଗରୀ ଭାବେ ପରିଗଣିତ କରାଯିବ । ରାଜ୍ୟର ସମସ୍ଥ କଚ୍ଛା ଘରକୁ ପକ୍କା ଘର କରାଯିବା ପାଇଁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି । ଏମଏସଏମଇର ବିକାଶ ପାଇଁ ସ୍ୱତନ୍ତ୍ର କରିଡ଼ର ସ୍ଥାପନ କରାଯାଇଛି ।
ସେହିଭଳି କୃଷି ଓ କୃଷକ ଶଶକ୍ତି କରଣ ଆମର ମୂଳ ଲକ୍ଷ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି । ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟି ଟଙ୍କା କାମ ଦିଆ ଯିବା କଥା ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ ରଖିଛନ୍ତି । ସୂଚନାଯୋଗ୍ୟ ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭା ଦୁଇଟି ପର୍ୟ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୩୦ଟି କାର୍ୟ୍ୟଦିବସ ରହିଛି। ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।