ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟବାସୀଙ୍କ ନିମନ୍ତେ ନୂଆ ନୂଆ ଯୋଜନା ଘୋଷଣା କରି ଚର୍ଚ୍ଚାରେ ରହିଥାନ୍ତି । ସେ ରାତିରେ ଆହାର ହେଉ ବା କାଳିଆ । ଏବେ ପୁଣି ଏଭଳି ଏକ ଯୋଜନା ଘୋଷଣା କରିଛନ୍ତି । ଯାହାକୁ ନେଇ ବିଭିନ୍ନ ଦିଗରୁ ତାଙ୍କୁ ପ୍ରଂଶସାର ସୁଅ ଛୁଟିଛି । ରାଜ୍ୟ ସରକାରଙ୍କ ଅଧିନରେ ଚାକିରୀ କରିଥିବା କର୍ମଚାରୀ ଏବଂ ପେପନସନ ହିତାଧିକାରୀଙ୍କ ନିମନ୍ତେ ଘୋଷଣା କରିଛନ୍ତି ନୂଆ ଯୋଜନା । ଏମାନଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗାଭତ୍ତା ପାଇବେ ।
ଏହା ୨୦୧୯ ଜାନୁଆରୀ ପହିଲା ପିଛିଲାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସରକାରୀ କର୍ମଚାରୀ ଏବଂ ପେନସନ ହିତାଧିକାରୀଙ୍କ ନିମନ୍ତେ ଖୁସି ଆଣି ଦେଇଛି । କିନ୍ତୁ ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ନବୀନ ସବୁ ବର୍ଗର ଭୋଟ ବ୍ୟାଙ୍କ ହାତେଇବା ପାଇଁ ସମସ୍ତଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ ଘୋଷଣା କରିବାରେ ଲାଗିଛନ୍ତି । ଏଭଳି ଅଭିଯୋଗ କରୁଛନ୍ତି ବିରୋଧୀ ।