ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନର ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳୁ ସକାଳୁ ମତଦାନ କରିବା ପାଇଁ ଜନତାଙ୍କ ଗହଳିରେ ନେତାମାନେ ମଧ୍ୟ ବାହାରିଥିବା ଦେଖିବା ପାଇଁ ମିଳିଛନ୍ତି । ଆଜି ରାଜ୍ୟର ୧୨ଟି ବିଧାନସଭା ଏବଂ ୪ଟି ଲୋକସଭା ପାଇଁ ହେଉଛି ମତଦାନ । ଏଣୁ ହେବିୱେଟ ନେତାମାନେ ନିଜର ଭୋଟ ନିଜକୁ ଦେଇ ବିପୁଳ ପରିମାଣରେ ଜିତିବା ପାଇଁ ଚେଷ୍ଠା କରିଛନ୍ତି ।
ଆଜି କଳାହାଣ୍ଡିର କଂଗ୍ରେସ ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ତଥା ଭବାନୀପାଟଣା କଂଗ୍ରେସ ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ଏବଂ ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ କଂଗ୍ରେସର ଜୟପୁର ବିଧାନସଭା ପ୍ରାର୍ଥୀ ତାରା ବାହିନୀପତି ଏବଂ ରାୟଗଡ଼ା ବିଜେଡି ବିଧାନସଭା ପ୍ରାର୍ଥୀ ଲାଲ ବିହାରୀ ହିମରିକା ପ୍ରମୁଖ ଇତିମଧ୍ୟରେ ନିଜର ମନଦାନ ଅଧିକାର ସାବ୍ୟସ୍ତ କରିସାରିଲେଣି। ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା ସପରିବାର ଧରି ମତଦାନ କେନ୍ଦ୍ରକୁ ଆସି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ୍ ଦେଇଛନ୍ତି ।ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ରମେଶ ମାଝୀ ମଧ୍ୟ ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି ।