ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁରୁଣା ଘରକୁ ଫେରିବେ ହେମା ଗମାଙ୍ଗ । ଓଡିଶା ରାଜନୀତିରେ ସେ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେଉଛନ୍ତି ହେମା । ତେବେ ହେମା କଂଗ୍ରେସରେ ମିଶିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ଦଳର ଜୟପୁର ବିଧାୟକ ତଥା ତାରା ବାହିନୀପତି ହେମାଙ୍କ ଘର ବାହୁଡାକୁ ନେଇ ମତ ଦେଇଛନ୍ତି । ହେମା ଯଦି ଦଳକୁ ଫେରନ୍ତି ତେବେ କୌଣସି ପଦ ପଦବୀ ପାଇଁ ଆଶା କରିବା ଭୁଲ । କାରଣ ଲୋକଙ୍କର ତାଙ୍କ ପ୍ରତି ଭାବନା ଭଲ ନାହିଁ । ଦଳରେ ମିଶିବା ପାଇଁ ଦିଲ୍ଲୀରେ ହେବିୱେଟ ନେତାଙ୍କୁ ଭେଟିବା ପାଇଁ ଡେରା ପକାଇଥିବା ସୂଚନା ମିଳିଛି ।
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେଉଛନ୍ତି ହେମା । ତେବେ ସେ ନିଜ ନାଁ ପାଇଁ ମଧ୍ୟ ଓଡିଶାର ଘରେ ଘରେ ପରିଚିତ । ସେ ୧୯୯୯ ନିର୍ବାଚନରେ କେରାପୁଟ ଲୋକସଭା ଆସନରୁ କଂଗ୍ରେସ ପକ୍ଷରୁ ଜିତିଥିଲେ । ଏହା ପରେ ସେ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବରେ କାମ କରି ଆସୁଥିଲେ । ମାତ୍ର ୨୦୦୯ରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରି ହାରି ଯାଇଥିଲେ ହେମା । ଏହା ପରେ ହେମା ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡି ପକ୍ଷରୁ ଲକ୍ଷ୍ମୀପୁର ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ । ହାରିବା ପରେ ମଧ୍ୟ ବିଜେଡିରେ ସକ୍ରିୟ କର୍ମୀଭାବରେ କାମ କରି ଆସୁଥିଲେ । ମାତ୍ର ୨୭ ଏପ୍ରିଲ ୨୦୧୮ରେ ବିଜେଡି ଛାଡି ଦେଇଥିଲେ ହେମା । ଦଳରେ ତାଙ୍କୁ ଅବହେଳା କରୁଥିବାରୁ ସେ ବିଜେଡି ଛାଡିଥିଲେ ।
ତେବେ ଏବେ ପୁଣି ଥରେ କଂଗ୍ରେସରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଅ ଶିଶିର ଏବଂ ସ୍ୱାମୀ ଗିରିଧର ଏବେ ବିଜେପିରେ କାମ କରୁଥିବା ବେଳେ ହେମା କଂଗ୍ରେସ ମୁହାଁ ହେଲେଣି । ସେପଟେ ଏହି କଥାକୁ ନେଇ ଜନସାଧାରଣ କହୁଛନ୍ତିି ତାଙ୍କ ପରିବାର ସ୍ୱାର୍ଥବାଦୀ ନେତା । ଦୁଇଟି ଦଳରେ ରହିଲେ ଯେଉଁ ଦଳ ଜିତିବେ ବି ପରିବାରର ଜଣେ କର୍ମୀ ରହିଥିବ ।