ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ପଞ୍ଚମଥର ଲାଗି ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏଥରକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନବାଗତଙ୍କୁ ସ୍ଥାନ ମିଳିଥିବା ବେଳେ ଅଲୋଡା ହୋଇଛନ୍ତି ଟିଭି ଚେହେରା । କୁହାଳିଆ ନେତାଙ୍କୁ ଅଣଦେଖା କରାଯାଇଥିବା ଦେଖାଯାଇଛି । କ୍ୟାବିନେଟ ମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ତୁଙ୍ଗ ନେତାଙ୍କ ଭାଗ୍ୟରେ ପଡିଲାନି ମନ୍ତ୍ରୀପଦ । ତେବେ ଆସନ୍ତୁ ଜାଣିବା କେଉଁମାନେ ନିଶ୍ଚିନ୍ତ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।
ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା ବିଧାନସଭା ଆସନରେ ବିଜୟ ହୋଇଥିଲେ । ନବୀନଙ୍କଠାରୁ ମଧ୍ୟ ବଡ ବ୍ୟବଧାନରେ ବିଜୟ ହୋଇଥିଲେ । ପାୱାର କରିଡରରେ ସେ ଆଗରେ ରହିଥିଲେ । କ୍ୟାପିନେଟ ପାହ୍ୟା ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ନୟାଗଡ ଜିଲ୍ଲାର ଅରୁଣ ସାହୁଙ୍କ ମନ୍ତ୍ରୀ ପଦ ମିଳିଥିବା ବେଳେ ସୌମ୍ୟ ହୋଇଛନ୍ତି ଅଲୋଡା ।
ପ୍ରତାପ ଦେବ- ବିଜେଡିର ମୁଖପାତ୍ର ଭାବରେ ସବୁବେଳେ ଟିଭିରେ ଗପୁଥିବା ପ୍ରତାପ ଦେବ ଆଳିରୁ ବିଜୟ ହୋଇଥିଲେ । ଦଳରେ ତାଙ୍କର ଦବଦବା ଥିବାରୁ ସେ ମନ୍ତ୍ରୀ ହେବେ ବୋଲି ଆଶା କରାଯାଇଥିଲା ।
ଦେବୀପ୍ରସାଦ ମିଶ୍ର-୨୦୧୪ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଭଲ ସ୍ଥିତିରେ ଥିଲେ ଦେବୀପ୍ରସାଦ ମିଶ୍ର । ବରଡା ନରସିଂହପୁର ଆସନରେ ଲଗାତାର ବିଜୟ ହୋଇଆସିଛନ୍ତି ।
ଶଶୀ ଭୂଷଣ ବେହେରା-ଅର୍ଥ ବିଭାଗ ଏବଂ ଅବକାରୀ ବିଭାଗ ଭଳି ବଡ ଦାୟିତ୍ୱବାନ ବିଭାଗରେ ମନ୍ତ୍ରୀଭାବେ ତୁଲାଇଥିବା ଶଶୀ ଏଥରକ ଅଲେଡା ହୋଇଛନ୍ତି ।