ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନଗଣନା ଭବନରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଅବସରରେ ସମସ୍ତ ନାଗରିକଙ୍କ ପାଇଁ ଶାହା ଏକ ପରିଚୟ ପତ୍ରର ବିଚାର ରଖିଛନ୍ତି । ଏଥିରେ ଆଧାର, ପାସପୋର୍ଟ,ଡ୍ରାଇଭିଂ ଲାଇସେନ୍ସ ଏବଂ ବ୍ୟାଙ୍କ ଖାତା ଭଳି ସୁବିଧା ଗୋଟିଏ ପରିଚୟ ପତ୍ରରେ ଯୋଡି ହେବ । ଏନେଇ ଶାହା କହିଛନ୍ତି ଜନଗଣନାର ବିଲ୍ଡିଂଟା ସମ୍ପୂର୍ଣ୍ଣ ଗ୍ରୀନ୍ ବିଲ୍ଡିଂରେ ପରିଣତ ହେବ । ଭାରତରେ ଗ୍ରୀନ୍ ବିଲ୍ଡିଂ ଧାରଣାକୁ ଆପଣାଇବାର ଆବଶ୍ୟକତା ରହିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ,ସର୍ବପ୍ରଥମେ ୧୮୬୫ ରେ ଜନଗଣନା କରାଯାଇଥିଲା । ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ୧୬ତମ ଜନଗଣନା ହେବାକୁ ଯାଉଛି । ଅନେକ ପରିବର୍ତ୍ତନ ଏବଂ ନୂତନ ପଦ୍ଧତି ପରେ ଏବେ ଜନଗଣନା ଡିଜିଟାଲ ହେବାକୁ ଯାଉଛି । ଆଗାମୀ ୨୦୨୧ ରେ ଯେଉଁ ଜନଗଣନା ହେବ ସେଥିରେ ଆମେ ମୋବାଇଲ ଆପ୍ ବି ପ୍ରୟୋଗ କରିବା ।
ଜନଗଣନା ର ଡିଜିଟାଲ ଡାଟା ହେବା ଦ୍ୱାରା ଅନେକ ପ୍ରକାରର ବିଶ୍ଳେଷଣ ପାଇଁ ଏହାକୁ ଉପାଯୋଗ କରିପାରିବେ । ଦେଶର ସାମାଜିକ ପ୍ରବାହ, ଦେଶର ଅନ୍ତିମ ବ୍ୟକ୍ତିର ବିକାଶ ଏବଂ ଦେଶର ଭବିଷ୍ୟ କାମର ଆୟୋଜନ ପାଇଁ ଜନଗଣନା ଆଧାର ।
୨୦୧୪ ରେ ମୋଦି ସରକାର ସତ୍ତାକୁ ଆସିବା ପରେ ଆମର ଭାବନରେ ପରିବର୍ତ୍ତନ ହେବାକୁ ଲାଗିଲା । ଯେପରି ଦେଶରୁ ସମସ୍ୟା ମୁକ୍ତ ହେବ ଏନେଇ ୨୦୧୪ରୁ ଯୋଜନା ହୋଇଛି ବୋଲି ଶାହା କହିଛନ୍ତି ।