ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଗାଁ ରାଜନୀତି ସରଗରମ । ଏହାସହିତ ମତଦାନ ଓ ମତଣନା କାର୍ଯ୍ୟରେ କଡାକଡି ଭାବେ ପାଳନ ହେବ କୋଭିଡ ନିୟମାବଳୀ । ଯଦି କେହି ଅଧିକାରୀ ଓ କର୍ମଚାରୀ କୋଭିଡର ଦ୍ୱିତୀୟ ଡୋଜ ଟୀକା ନେଇ ନାହାନ୍ତି ତେବେ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସେମାନଙ୍କର ୪୮ ଘଣ୍ଟା ପୂବର୍ବରୁ ଆରଟିପିସିଆର ଟେଷ୍ଟିଂ ନିହାତି ଜରୁରୀ ।
ଭୋଟିଂ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ଜାରି କରାଯାଇଛି ଗାଇଡଲାଇନ୍ । ସମସ୍ତ କର୍ମା ଗାଇଡଲାଇନ୍ ମାନିବେ । ମାସ୍କ ଓ ଗ୍ଲୋବ୍ସ ପରିଧାନ କରିବେ । ଏହାସହିତ କୋଭିଡର ଦ୍ୱିତୀୟ ଟିକା ନେବା ପରେ ଯଦି କୋଭିଡର କୌଣସି ଲକ୍ଷଣ ଦେଖାଯାଏ ଯେପରିକି ଜ୍ୱର, ଥଣ୍ଡା, କାଶ ତେବେ ସେହି କର୍ମଚାରୀ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ । ଏନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।