ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜଧାନୀ ନିକଟ ବର୍ତ୍ତୀ ନିର୍ବାଚନ ମଣ୍ଡଳୀ ଜଟଣୀ ଆସନ ଉପରେ ରହିଛି ସମସ୍ତଙ୍କ ନଜର । କେଉଁ ଦଳରେ କାହାକୁ ଟିକେଟ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସବୁ ଦଳର ଗଣ୍ଡା ଗଣ୍ଡା ପ୍ରାର୍ଥୀ ଟିକେଟ ଆଶାରେ ଲୋକ ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । କଂଗ୍ରେସ ପକ୍ଷରୁ ଏଠାରେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୁରେଶ ରାଉତରାୟ ଟିକେଟ ପାଇବା ଏକ ପ୍ରକାର ନିର୍ଣ୍ଣୟ ହୋଇଯାଇଥିବା ବେଳେ ବିଜେଡି ଏବଂ ବିଜେପିରେ ମାଳ ମାଳ ପ୍ରାର୍ଥୀ । ଗତ ଦୁଇଟି ନିର୍ବାଚନରେ ଏଠାରେ ସୁର ହାରିଥିବା ବେଳେ ଚଳିତ ନିର୍ବାଚନରେ ପୁଣିଥରେ ନିଜ ଗଡ ସଜାଡିବା ପାଇଁ ବାହାରି ପଡିଛନ୍ତି ।
ଏଠାରେ ବିଜେଡି ପକ୍ଷରୁ ୨୦୧୪ ବିଜେଡି ପକ୍ଷରୁ ଭାଗୀରଥୀ ବଡଜେନା ବିଜୟ ବାନା ଉଡାଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ନିର୍ବାଚନ ଲଢ଼ିବେନି ବୋଲି ସୂଚନା ଦେଇଛନ୍ତି । ଏଠାପରଠାରୁ ବିଜେଡି ଟିକେଟ ଆଶାରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ । ତେବେ ଏହି ଆଶାୟୀ ପ୍ରାର୍ଥୀମାନେ ହେଲେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ସ୍ବାଭାବିକ ଭାବେ ଟିକେଟ ଆଶାୟୀ ଅଛନ୍ତି। ତାଙ୍କ ଛଡା ବିଜେଡିରେ ଆହୁରି ଅନେକ ଆଶାୟୀ। ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ସୂରଜ ପାଇକରାୟ, ବରିଷ୍ଠ ଓକିଲ ପତିତପାବନ ପଣ୍ଡା, ବିଜେଡିର ଜିଲ୍ଲା ଉପସଭାପତି ପ୍ରମୋଦ ହରିଚନ୍ଦନ, ବିଧାୟକଙ୍କ ଜଟଣୀ ପ୍ରତିନିଧି ବିଜୟ ଛୋଟରାୟ, ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ନାମ ବି ଚର୍ଚ୍ଚାରେ ରହିଛି।
ବିଜେପି ଟିକେଟ ରେସରେ ଏଠାରେ ତିନି ଚାରି ଜଣଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ସବୁ ନେତା ହେଲେ ସୁଦିପ୍ତ ରାୟ,ବିଶ୍ୱରଞ୍ଜନ ବଡଜେନା ଏବଂ ସନ୍ତୋଷ ଜେନା । ଏହି ତିନି ଜଣ ନେତା ବିଜେପିରୁ ଟିକେଟ ପାଇଁ ଲବି କରି ଆରମ୍ଭ କରି ଦେଇଛନ୍ତି ପ୍ରଚାର । ତେବେ ଦଳର ହାଇକମାଣ୍ଡଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି ଆଶାୟୀ ପ୍ରାର୍ଥୀ । ବିଜେପି ଏବଂ ବିଜେଡିର ଟିକେଟ ରେସରେ ସୁରଙ୍କୁ ଫାଇଦା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ନପାଇଲେ ସୁର ରାଉତରାୟଙ୍କୁ ସହଯୋଗ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ସେ ଯାହାବି ହେଉ ଜଟଣୀବାସୀ କାହାକୁ ଜିତାଇବେ ତାହା ସମୟ କହିବ ।