ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନରେ ରବି ରାତିରେ ତାରା ଶୀର୍ଷକଟି ପଢ଼ି ପାଠକେ ଭାବୁଥିବେ କି ଏଇ କଥା ତ ସମସ୍ତଙ୍କୁ ଜଣା । ଦିନରେ ରବି(ସୂର୍ଯ୍ୟ) ଉଦୟ ହୋଇଥାନ୍ତି । ଏବଂ ରାତି ହେଲେ ତାରା ଫୁଟିଥାନ୍ତି । ଇଏ କୋଉ ନୂଆ କଥା । ତେବେ ଆମେ ସେଇ ରବି ତାରା କଥା କହୁନାହୁଁ । ଆମେ ନିର୍ବାଚନର ରବି ତାରା କଥା କହୁଛୁ । କୋରାପୁଟ ଜିଲ୍ଲାର ଜୟପୁର ଆସନରେ ଲଢ଼ିଥିବା ରବି ନାରାୟଣ ନନ୍ଦ ଏବଂ ତାରା ବାହିନୀଙ୍କ କଥା କହୁଛୁ ।
କଂଗ୍ରେସ ପ୍ରାର୍ଥୀ ତାରା ବାହିନୀ ପତି ଏବଂ ରବି ନାରାୟଣ ନନ୍ଦଙ୍କ ମଧ୍ୟରେ ଜୟପୁର ଆସନରେ କଡା ଟକ୍କର ହୋଇଥିଲା । ଉଭୟ ବିଜୟ ପାଇଁ ଜୋରଦାର ପ୍ରଚାର କରିଥିଲେ । ଯାହାର ଫଳାଫଳ ଭୋଟ ଗଣତିରେ ଜଣା ପଡିଥିଲା । ଦିନସାରା ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ ଆଗରେ ରହିଥିଲେ । ସେ ଏକ ପ୍ରକାର ବିଜୟ ଆଶାରେ ରହିଥିଲେ । କିନ୍ତୁ ସଂନ୍ଧ୍ୟାରେ ତାରା ଫୁଟିବା ଭଳି ତାରାଙ୍କ ଭାଗ୍ୟ ବଦଳି ଯାଇଥିଲେ । ପଛରେ ପଡିଥିବା ତାରା ଧିରେ ଧିରେ ରବିଙ୍କୁ ପଛରେ ପକାଇଥିଲେ । ଦିନର ରବିଙ୍କୁ ଉଦୟ କରି ରାତିର ଅନ୍ଧକାରରେ ଝଲସିଥିଲେ ତାରା ।
ଜୟପୁର ଆସନରେ ଲଗାତାର ବିଜୟ ହୋଇଥିଲେ ରବି । ସେ ୨୦୦୦,୨୦୦୪ ଏବଂ ୨୦୦୯ରେ ବିଜୟ ବାନା ଉଡାଇଥିଲେ । କୋରାପୁଟ ଆସନ ଛାଡି ଜୟପୁର ଆସନରେ ଲଢ଼ିବାକୁ ଆସିଥିବା ତାରା ୨୦୧୪ରେ ପ୍ରଥମେ ବିଜୟ ହୋଇଥିଲେ । ଏବଂ ଏହି ବିଜୟ ଧାରା ୨୦୧୯ରେ ପୁଣିଥରେ ବଜାୟ ରଖିଥିଲେ । କଂଗ୍ରେସର ତାରା ହେଉଛନ୍ତି ଜଣେ ଟାଣୁଆଁ ନେତା । ଦଳର ବଡ ବଡ ନେତା ଗଡିଯାଇଥିଲେ ସୁଦ୍ଧା ପାସ କରିଥିଲେ ତାରା ।