ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନ ଆରମ୍ଭରୁ ରାଜ୍ୟରେ ଦେଖିବାକୁ ମିଳିଥିଲା ଦଳ ଡିଆଁ । ଦଳ କାହାକୁ ଅଲୋଡା ଭାବି ଟିକେଟ ଦେଇନଥିବା ବେଳେ ଆଉ କେତେଜଣ ନିଜର ଭବିଷ୍ୟତ ପାଇଁ ଶେଷରେ ଦଳ ଛାଡି ଅନ୍ୟଦଳକୁ ଭରଷା କରିଥିଲେ । ସୁନ୍ଦରଗଡ ବିଧାନସଭା ଆସନରେ ଦେଖିବାକୁ ମିଳିଥିଲା ଏପରି ସ୍ଥିତି । ଦୀର୍ଘଦିନ ଧରି ବିଜେଡି ପାଇଁ କାମ କରିଥିବା କୁସୁମ ଟେଟେଙ୍କୁ ଅଲୋଡା ଭାବି ଟିକେଟ ଦେଇନଥିଲା ଦଳ । କିନ୍ତୁ ସେ ବିଜେପିରେ ଯୋଗ ଦେଇ ବିଜୟ ହୋଇଛନ୍ତି ।
ସୁନ୍ଦରଗଡ ଆସନରେ ବିଜେଡି କଂଗ୍ରେସରୁ ଇସ୍ତଫା ଦେଇଥିବା ଯୋଗେନ୍ଦ୍ର ସିଂହଙ୍କୁ ଦଳରେ ମିଶାଇ ଟିକେଟ ଦେଇଥିଲା । କିନ୍ତୁ ଦଳ ପାଇଁ ତୃଣମୂଳ ସ୍ତରକୁ ଦୃଢ଼ କରିବା ପାଇଁ ଦୀର୍ଘଦିନ କାମ କରୁଥିବା କୁସୁମ ଟେଟେଙ୍କୁ ଟିକେଟ ଦେଇନଥିଲା । ଦଳ ପାଇଁ ଏତେ କାମ କରିବା ପରେ ମଧ୍ୟ ଟିକେଟ ନମିଳିବାରୁ ଶେଷରେ ସେ କାନ୍ଦି କାନ୍ଦି ଦଳ ଛାଡିଥିଲେ । ବିଜେପିରେ ଯୋଗ ଦେଇ ଟିକେଟ ହାତେଇଥିଲେ । ଏବଂ ବିଜୟ ହୋଇଛନ୍ତି ।
୬୯୭୪ ଖଣ୍ଡଭୋଟରେ ଯୋଗୋଶ ସିଂହଙ୍କଠାରୁ ବିଜୟ ହୋଇଛନ୍ତି । ତେବେ ଦଳ ଛାଡିବା ସମୟରେ ଝରାଇଥିବା ଲୁହ ବିଜେଡି ଉପରେ ପଡିଥିବା ଲୋକ କହୁଛନ୍ତି । କାରଣ ୨୦୧୪ରେ ବିଜୟ ହୋଇଥିବା ଯୋଗେଶ ପରାସ୍ତ ହୋଇଥିଲେ । ରାଜ୍ୟରେ ନବୀନଙ୍କ ମ୍ୟାଜିକ କାମ କରୁଥିବା ବେଳେ ଏଠାରେ ଫେଲ ମାରିଥିଲା ବିଜେଡି । ଲୋକ ଏଠାରେ ନବୀନଙ୍କୁ ପ୍ରତ୍ୟାଖାନ କରି କୁସୁମଙ୍କ ଉପରେ ଭରଷା କରିଥିଲେ ।