କଟକ (ଏଟିଆର ବ୍ୟୁରୋ) ; ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ବନ୍ଦ ହୋଇପଡିଛି ଆଇନ ବ୍ୟବସ୍ଥା । ଦୀର୍ଘ ୬୫ ଦିନ ବିତିଯାଇଥିଲେ ମଧ୍ୟ ଏହାର କୈାଣସି ସ୍ଥାୟୀ ସମାଧାନର ବାଟ ଖୋଲିବାର ନାଁ ଧରୁନି । ସମାଧାନ ପାଇଁ ବାରମ୍ବାର ବସୁଛି ବୈାଠକ କିନ୍ତୁ ଏହାର କୈାଣସି ସୁଫଳ ମିଳୁନାହିଁ । ଗତ କାଲି ବସିଥିବା ବୈଠକରେ ବିଜେଡି ଲିଗାଲ ଫ୍ରଣ୍ଟର କର୍ମକର୍ତ୍ତ ମାନେ ଯୋଗ ଦେଇନଥିବାରୁ ଗତ କାଲି କିଛି ନିଷ୍ପତି ହୋଇପାରିନଥିଲା । ଏଣୁ ଆଜି ପୁଣି ଥରେ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିବ । ଏଥିରେ ଦେଇଥିବା ସମସ୍ତ ପ୍ରସ୍ତାବ ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯିବ । ଏହି ବୈଠକରେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନର ପରବର୍ତ୍ତୀ ନିଷ୍ପତ୍ତି ସ୍ଥିର କରାଯିବ ।
ଏହି ଆନ୍ଦୋଳନରେ ଚାଲିଛି ରାଜ ନୈାତିକ ଗୋଟି ଚାଳନା । ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀ ମାନେ କାର୍ଯ୍ୟରୁ ଓହରି ପୁନର୍ବାର କାର୍ଯ୍ୟରେ ଯୋଗ ଦେବା ପରେ ଚର୍ଚ୍ଚା ଜୋର ଧରିଛି । ଶାସକ ଦଳ ଆନ୍ଦୋଳନର ସ୍ଥାୟୀ ସମାଧାନ ପରିବର୍ତ୍ତ ଏଥିରେ ରାଜନୀତି ପୁରେଇ ଥିବାର ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଏବଂ କଂଗ୍ରେସ । ଏଣୁ ଏହି ଦୁଇ ଦଳ ଶାସକ ବିଜେଡିକୁ କଡା ସମାଲୋଚନା କରିଛନ୍ତି । ସେପଟେ ଶାସକ ଦଳ ବିଜେପି ବିରୋଧରେ ଆଣିଛି ଏକ ସଙ୍ଗୀନ ଅଭିଯୋଗ । ବିଜେପି ଆଇନଜୀବୀ ମାନଙ୍କୁ ଆନ୍ଦୋଳନ କରିବା ପାଇଁ ଉସୁକଉଛି । ଏହି ଆନ୍ଦୋଳନରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କା ଦେଉଛି ।
ତେବେ ଏହି ରାଜନୈାତିକ ପସା ପାଲି ଭିତରେ ଆନ୍ଦୋଳନର କୈାଣସି ସମାଧାନ ହୋଇପାରୁନି । ଛୋଟ ଛୋଟ କେସରେ ଫସିରହିଥିବା କଏଦୀ ମାନେ ଜେଲରେ ସଡୁଛନ୍ତି । ବେଲ ନ ମିଳିବା କାରଣରୁ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଦି ପାଇବାରେ ଲାଗିଛି ।