ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଣିଷ ଜୀବନରେ କ୍ୟାଲେଣ୍ଡର ପୃଷ୍ଠାର ଗୋଟିଏ ତାରିଖ ସବୁଦିନ ପାଇଁ ଚୀରସ୍ମରଣୀୟ ହୋଇ ରହିଯାଇଥାଏ । ସେହିପରି ବିଜେଡି ଏବଂ ନବୀନଙ୍କ ପାଇଁ ମେ’୨୯ ସବୁଦିନ ପାଇଁ ଅଭୁଲା ହୋଇ ରହିବ । ବିଜେଡି ସୁପ୍ରିମୋଙ୍କ ଏକାନ୍ତ ଅନୁଗତ ତଥା ବ୍ୟକ୍ତିଗତ ସଚୀବଙ୍କ ଜନ୍ମ ତାରିଖ ହେଉଛି ମେ’୨୯ । ଅପରପକ୍ଷରେ ଏହି ତାରିଖରେ ନବୀନ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ମ ପାଳି ଖେଳୁଛନ୍ତି ନବୀନ ।
ବିଜେଡି ଏବଂ ନବୀନଙ୍କ ପାଇଁ ପାଣ୍ଡିଆନ ଶୁଭ ବୋଲି ଆଗରୁ ଗଣମାଧ୍ୟମରେ ଆଲୋଚନା ମଧ୍ୟ ହୋଇଛି । ତେବେ ପାଣ୍ଡିଆନଙ୍କ ଜନ୍ମଦିନରେ ଶପଥ ନେବା ବିଜେଡି ପାଇଁ ମନେ ରହିବ । ତେବେ ଏହି ମେ’୨୯ ତାରିଖରେ ଏତେ ଖୁସି ଭିତରେ ଏକ ବଡ ଅଘଟଣ ମଧ୍ୟ ଲୁଚି ରହିଛି । ଯାହାକି ବିଜେଡି ସୁପ୍ରିମୋ ଏକ ବଡ ଷଡଯନ୍ତ୍ରର ଶିକାର ହେବା ପୂର୍ବରୁ ବର୍ତ୍ତି ଯାଇଥିଲେ । ଏଣୁ ଏହି ଦିନଟି ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ ।
ବଡ ଷଡଯନ୍ତ୍ରରୁ ଶିକାର ହେବା ପୂର୍ବରୁ ସତର୍କ ହୋଇଥିଲେ ନବୀନ- ସେ ଦିନଥିଲା ୨୦୧୨ ମସିହା ମେ’୨୯ ତାରିଖ । ବିଜେଡି ସୁପ୍ରିମୋ ନବୀନ ବିଦେଶ ଗ୍ରସ୍ତରେ ଥିଲେ । ଯାହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ ବିଜେଡି ଅଙ୍କଲ । ତେବେ ଏହି ଅଙ୍କଲ କିଏ ଆପଣ ଭଲ ଭାବରେ ଜାଣିସାରିବେଣି । ଏବଂ ଧିରେ ଧିରେ ସବୁ କିଛି ମନେ ପଡିଯିବଣି । ନବୀନଙ୍କୁ ରାଜନୀତିକୁ ଆଣିବାରେ ମୁଖ୍ୟ ପୁରୋଧା ସାଜିଥିବା ପ୍ୟାରିମୋହନ ମହାପାତ୍ର କ୍ଷମତା ହାସଲ କରିବା ପାଇଁ କରିଥିଲେ ଷଡଯନ୍ତ୍ର । ନିଜ ସହୀଦ ନଗର ବାସଭବନରେ ନବୀନଙ୍କ ପାଇଁ କରାଯାଇଥିଲା ଚକ୍ରାନ୍ତ । ତେବେ ନବୀନଙ୍କ ଅନୁଗତ ଏହି ଖବର ପାଇବା ପରେ ନବୀନଙ୍କୁ ଜଣାଇଥିଲେ । ଏବଂ ପରବର୍ତ୍ତୀ ସମୟରେ ପ୍ୟାରିଙ୍କୁ ଦଳରୁ ବାହାର କରିବା ସହିତ ତାଙ୍କ ସହ ଜଡିତ ନେତାଙ୍କୁ ମଧ୍ୟ ତଡା ଖାଇବା ପାଇଁ ପଡିଥିଲା । ବଡ ବିପଦରୁ ଆଣିବା ପାଇଁ ଯାଉଥିଲା ମେ’୨୯ର ସେହି କାଳ ରାତ୍ରି । ଏଣୁ ଏହି ଦିନଟି ସବୁଦିନ ପାଇଁ ମନେ ରହିବ ।