ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଦିନକୁ ଦିନ ନାରୀ ସମାଜ ଉପରେ ବଢ଼ି ଚାଲିଛି ଅତ୍ୟାଚାର । ସେ ନାବାଳିକା ହୁଅନ୍ତୁ ବା ମହିଳା । ସମସ୍ତେ ଏହି ନିର୍ଯ୍ୟାତନା ଶିକାର ହେଉଛନ୍ତି । ଏହି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା । ଏଣୁ ଆଜି ମହିଳା ମୋର୍ଚ୍ଚାର ସଦସ୍ୟମାନେ ନବୀନ ନିବାସ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ କରି ଧସେଇ ପଶିବା ପାଇଁ ଚେଷ୍ଠା କରିଥିଲେ । ତେବେ ଉତ୍ୟକ୍ତ କଂଗ୍ରେସ ମହିଳା କର୍ମୀଙ୍କୁ ପୋଲିସ ଅଟକାଇଥିଲା । ଫଳରେ ପୋଲିସ-କଂଗ୍ରେସ ମହିଳା ମୋର୍ଚ୍ଚା ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ପୋଲିସ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କରିଛି ।
ରାଜ୍ୟରେ ଦିନକୁ ଦିନ ନାରୀ ସମାଜ ବିପଦ ପଥରେ ଗତି କରୁଛି । ସେବାଶ୍ରମ ବିଦ୍ୟାଳୟରେ ଛାତ୍ରୀ ଅସଦାଚରଣର ଶିକାର ହେବା ଏବଂ ଗର୍ଭବତୀ ହେବା ଅତି ନିନ୍ଦନୀୟ ଘଟଣା । ଯାହାକୁ କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ଘୋର ନିନ୍ଦା କରାଯାଇଥିଲା । ଏଣୁ ଗତ ତାରିଖରେ ମୁଖ୍ୟମନ୍ତ୍ରୀ ଜବାବ ଦେବା ପାଇଁ ଚେତାବନୀ ଦେଇଥିଲା କଂଗ୍ରେସ ମହିଳା ମୋର୍ଚ୍ଚା । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର କୌଣସି ଜବାବ ନଦେବାରୁ ଆଜି ବାଧ୍ୟ ହୋଇ କଂଗ୍ରେସ କର୍ମୀମାନେ କଳା ବେଲୁଲ ଏବଂ ଟମାଟୋ ଧରି ବିକ୍ଷୋଭ କରିବା ସହିତ ନବୀନ ନିବାସକୁ ଧସେଇ ପଶିବାକୁ ଚେଷ୍ଠା କରୁଥିଲେ । ଏଣୁ ପୋଲିସ ୫୦ରୁ ଉର୍ଦ୍ଧ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।
ସେପଟେ ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ବିଜେପି କର୍ମୀମାନେ ଚୁଡି ଧରି ପ୍ରତିବାଦ କରିଥିଲେ । ,ଣୁସେମାନଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । କିନ୍ତୁ ଉଭୟ ଦଳର କର୍ମୀମାନେ ଆଗାମୀ ଦିନରେ ନାରୀ ମାନଙ୍କ ସୁରକ୍ଷା ପାଇଁ ଏପରି ଆନ୍ଦୋଳନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ କାଦୁଅ ଫିଙ୍ଗାଫିଙ୍ଗି ହୋଇ ଜନତାଙ୍କ ସମୁଖରେ ଦବଦବା ଦେଖାଇବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।