ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ବାସ ଭବନରୁ ଆରମ୍ଭ ହୋଇଛି ‘ମୋ ଘର,ବିଜେପି ମୋ ପରିବାର’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ତୁଙ୍ଗ ନେତା ଏବଂ କର୍ମୀ ଯୋଗ ଦେଇଥିଲେ । ତେବେ ଏହି କାଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ସମସ୍ତ ବିଜେପି କର୍ମୀମାନେ ନିଜ ଘରେ ବିଜେପି ପତାକା ଲଗାଇବା । ଏଣୁ ଏହା ପ୍ରଥମେ ବିଜେପିର ହେବିୱେଟ ନେତା ଧମେନ୍ଦ୍ର ପ୍ରଧାନଙ୍କ ଘରୁ ଆରମ୍ଭ ହୋଇଛି । ଆଗାମୀ ଦିନରେ ସମଗ୍ର ଦେଶ ଏବଂ ରାଜ୍ୟରେ ପ୍ରତ୍ୟେକଟି ଘରେ ବିଜେପି ପହଁଞ୍ଚିବା ଏବଂ ବିଜପେି ମୟ ହେବା ଏହାର ମୁଖ୍ୟ ଲକ୍ଷ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ କେନ୍ଦ୍ରରେ ବିଜେପି ସରକାରରେ ଆସିବା ପାଇଁ ଆହ୍ୱାନ କରିଛନ୍ତି ଧମେନ୍ଦ୍ର । ସେ କହିଛନ୍ତି ଯେଉଁମାନେ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏବଂ ଘରେ ଘରେ ବିଜେପି ପତାକା ଲଗାଇବା ଧମେନ୍ଦ୍ରଙ୍କ ମୁଖ୍ୟ ଲକ୍ଷ । ତେବେ ଏହା କେତେଦୂର ସଫଳ ହେବ ତାହା ସମୟ କହିବ । ସେପଟେ ବାରମ୍ବାର ବିଜେପିର ବହୁ କେନ୍ଦ୍ରୀୟ ନେତାମାନେ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । ଏବଂ ଓଡିଶାକୁ ଦଖଲ କରିବା ମଧ୍ୟ ବିଜେପିର ମୁଖ୍ୟ ଲକ୍ଷ । ଏଭଳି ସାଧାରଣରେ ଚର୍ଚ୍ଚା ହେଉଛି ।
ସେପଟେ ଯେତେ କେନ୍ଦ୍ରୀୟ ନେତା ଆସିଲେ ମଧ୍ୟ ଓଡିଶା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ପକ୍ଷରୁ ଦୃଢ଼ୋକ୍ତି ପ୍ରଦାନ କରାଯାଇଛି । ନିକଟରେ ଓଡିଶାର ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏଣୁ ଏଥରକୁ ସରକାର ଲକ୍ଷଙ୍କର ରହିଛି ବିଜେପି । ଏପଟେ ଅମିତ ଶାହା ମଧ୍ୟ ଓଡିଶା କର୍ମୀଙ୍କୁ ୧୨୦+ ମିଶନର ଟାକ୍ସ ଦେଇଛନ୍ତି । ଏଣୁ ଆଗାମୀ ନିର୍ବାଚନରେ କଡା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।